ଯାଜପୁର: ବିନା ୱାଇଫାଇରେ ଚାଲୁଛି ଇଣ୍ଟରନେଟ । ବୈଜ୍ଞାନିକଙ୍କ ଉଦ୍ଭାବନରେ ଆଉ ଏକ ନୁଆ ଯୁଗର ଉଦ୍ଭାବନ କରିଛନ୍ତି ଯାଜପୁରର ପୁଅ ଜ୍ଞାନ ରଞ୍ଜନ। ୱାଇ ଫାଇ ନୁହେଁ ଲାଇ ଫାଇରେ ଚାଲିବ ଇଣ୍ଟରନେଟ। ଘର ଭିତରେ ଲାଇଟ୍ ୱେବ୍ ସାହାଯ୍ୟରେ ଡାଟା ଉପଲବ୍ଧ ହେବ ଆଉ ଇଣ୍ଟରନେଟ କନେକ୍ଟ ହେବ। ରେଡିଏସନ ଦ୍ବାରା ସ୍ଵାସ୍ଥ୍ୟଗତ ସମସ୍ୟା ସୃଷ୍ଠି ହେଉଥିବାରୁ ଏହା ସ୍ବାସ୍ଥ୍ୟ କ୍ଷେତ୍ରରେ ଆଉ ଏକ ମାଇଲ ଖୁଣ୍ଟ ହେଇ ଛିଡା ହେବ ହେବ ।
ଏଭଳି ଏକ ଗବେଷଣାରେ ଅପୂର୍ବ ସଫଳତା ଅର୍ଜ୍ଜନ କରିଛନ୍ତି ଯାଜପୁର ନବୋଦୟ ବିଦ୍ୟାଳୟର ଦ୍ବାଦଶ ଶ୍ରେଣୀର ଛାତ୍ର ଜ୍ଞାନରଞ୍ଜନ ମିଶ୍ର । ଆଉ ଜ୍ଞାନଙ୍କ ଏଭଳି ଚମତ୍କାର ଜ୍ଞାନ ଦେଖି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଶିକ୍ଷକ ରୂପେ ଗ୍ରହଣ କରିଛନ୍ତି ବୋଲି ଅତି ଉତ୍କଣ୍ଠାର ସହ କହିଥିଲେ ଜ୍ଞାନରଞ୍ଜନ ।