ଅର୍ଗସ ବ୍ୟୁରୋ : ହଷ୍ଟେଲର ଅଭିଯୋଗ ନେଇ ୩ କିଲୋମିଟର ଚାଲିଚାଲି ଆସି ଜିଲ୍ଲାପାଳଙ୍କୁ ଅଭିଯୋଗ ଜଣାଇଲେ ଅନ୍ତେବାସୀ. ହଷ୍ଟେଲରେ ସେମାନଙ୍କୁ ଅନେକ ପ୍ରକାର ଅତ୍ୟାଚାର କରାଯାଉଛି. ଛୁଟି ପରେ ବିଦ୍ୟାଳୟ ଖୋଲି ପ୍ରାୟ ୯ ମାସ ବିତିଯାଇଥିଲେ ମଧ୍ୟ ମାତ୍ର ଥରେ ତେଲ ସାବୁନ ଦିଆଯାଉଛି. ଡାଲି ବଦଳରେ ମିଳୁଛି ଚାରୁପାଣି. ୨୦୦ ପିଲାଥିବା ବେଳେ ମାତ୍ର ୪ ରୁ ୫ଟି ବାଥରୁମ ରହିଛି. ପ୍ରତିବାଦ ଆଣିଲେ ହଷ୍ଟେଲରୁ ବାହାର କରିଦେବାର ଧମକ ଦିଆଯାଉଥିବା ଅଭିଯୋଗ ଆଣିଛନ୍ତି ଅନ୍ତେବାସୀ . ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା ସଦର ବ୍ଲକ୍ ମହକୁମା ଆମ୍ବାଗୁଡ଼ା RSEWC ଉଚ୍ଚବିଦ୍ୟାଳୟ ରେ।
ଜୋର ଜବରଦସ୍ତ ଚୁଟି କାଟିବାକୁ ବାଧ୍ୟ କରାଯାଉଛି. ଏବଂ ଜାତିଆଣ ମନୋଭାବ ରଖିବା ଭଳି ବ୍ୟବହାର କରାଯାଉଛି ବୋଲି ଅଭିଯୋଗ କରିଛନ୍ତି. ସେପଟେ ସମସ୍ତ ଅଭିଯୋଗ ମିଛ ବୋଲି କହିଛନ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଭୁତି ଭୁଷଣ ରଥ . କେବଳ ବାଥରୁମ ଅବ୍ୟବସ୍ଥାକୁ ଛାଡି ବାକି ସବୁ ଅଭିଯୋଗ ମିଛି ବୋଲି କହିଛନ୍ତି ପ୍ରଧାନଶିକ୍ଷକ.ଜିଲାପାଳ ସ୍ଵଧାଦେବ ସିଂ ସମସ୍ତ ଅଭିଯୋଗ ଶୁଣିବା ପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସହ ସବୁ ସମସ୍ୟାର ସମାଧାନ କରାଯିବ ବୋଲି ଅନ୍ତେବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ।
