ଅର୍ଗସ ବ୍ୟୁରୋ : ରାଜଧାନୀରେ ସର୍ବନିମ୍ନ ତାପମାତ୍ରା ରେକର୍ଡ । ଭୁବନେଶ୍ବରରେ ରାତି ତାପମାତ୍ରା ୧୨.୪ ଡିଗ୍ରୀକୁ ଖସି ଆସିଛି । ଯାହା ଚଳିତ ବର୍ଷର ସର୍ବନିମ୍ନ ତାପମାତ୍ରା ଭାବେ ରେକର୍ଡ କରିଛି । ଯାହାକୁ ନେଇ ରାଜଧାନୀରେ ହାଡଭଙ୍ଗା ଶୀତ ଅନୁଭୂତ ହେଉଥିବା ଦେଖିବାକୁ ମିଳିଛି ।
ଅଧିକ ପଢନ୍ତୁ : ଅସ୍ତବ୍ୟସ୍ତ ଲୋକେ , ଜି. ଉଦୟଗିରିରେ ୫ଡିଗ୍ରୀକୁ ଖସି ଆସିଛି ତାପମାତ୍ରା
ରାତିରେ ଲୋକେ ବାହାରକୁ ବାହାରିବା ମୁସ୍କିଲ ହୋଇ ପଡିଛି । ସେପଟେ କନ୍ଧମାଳରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଥିବା ସୂଚନା ମିଳିଛି. ଜି. ଉଦୟଗିରିରେ ୫ ଡିଗ୍ରୀକୁ ଖସି ଆସିଛି ତାପମାତ୍ରା ।