2024 ନିର୍ବାଚନ ପାଇଁ ଅଣ୍ଟା ଭିଡିଲାଣି ରାଜ୍ୟ ବିଜେପି

 ଭୁବନେଶ୍ୱର:  24 ପାଇଁ ପ୍ରସ୍ତୁତି । ଆରମ୍ଭ ହେଲାଣି କସରତ । ନିର୍ବାଚନ ପୂର୍ବରୁ ଓଡ଼ିଶା ଆସୁଛନ୍ତି ବିଜେପିର ବଡ଼ ନେତା । ଆସନ୍ତାକାଲି(ମଙ୍ଗଳବାର) ଓଡ଼ିଶା ଆସିବେ ଶିବରାଜ ସିଂ ଚୌହାନ । କଟକ ଓ ଜଗତସିଂହପୁର ସଂସଦୀୟ କ୍ଷେତ୍ରର କରିବେ ସମୀକ୍ଷା । ସେହିପରି 15 ତାରିଖରେ ଆସୁଛନ୍ତି କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ । ସେ ପୁରୀ ଯାଇ ପ୍ରଭୁ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିବା ସହ ସଂସଦୀୟ କ୍ଷେତ୍ରର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଏହାବାଦ୍ 22 ତାରିଖରେ ଓଡ଼ିଶା ଆସିବେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅନେକ ଗୁଡିଏ କାର୍ଯ୍ୟକ୍ରମରେ ଯୋଗଦେବେ । ମାସ ଶେଷରେ ଜେ.ପି ନଡ୍ଡାଙ୍କ ଗସ୍ତ କାର୍ଯ୍ୟକ୍ରମ ଥିବା ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।

ସେପଟେ 24 ପାଇଁ ବିଜେପିର ମାନସ ମନ୍ଥନ ଚାଲିଛି । ରାଜ୍ୟ କାର୍ଯ୍ୟାଳୟରେ ବସିଛି ବିଜେପି ରାଜ୍ୟ ପଦାଧିକାରୀ ବୈଠକ । ମିଟିଂରେ ରାଜ୍ୟ ସଭାପତି ମନମୋହନ ସାମଲ, ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି ଉପସ୍ଥିତ ଅଛନ୍ତି । ନିର୍ବାଚନ ପ୍ରଭାରୀ ଦାୟୀତ୍ଵ ନେବା ପରେ ଦୁଇ ନେତା ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଅଛନ୍ତି । ବୈଠକରେ ଆଗାମୀ ନିର୍ବାଚନ ନେଇ ରଣନୀତି ଓ ସଂଗଠନିକ କାର୍ଯ୍ୟକ୍ରମ ନେଇ ଚାଲିଛି ଆଲୋଚନା । ଏହା ଅସହ ୨୪ ନିର୍ବାଚନ ପାଇଁ କେନ୍ଦ୍ରୀୟ ନେତାଙ୍କ ଗସ୍ତ କାର୍ଯ୍ୟକ୍ରମ ନେଇ ଆଲୋଚନା ହେବ । ପରେ ପରେ ବିଜେପିର ବିଭିନ୍ନ ମୋର୍ଚ୍ଚା ସଭାପତି ଓ ପ୍ରଭାରୀଙ୍କ ସହ ମଧ୍ୟ ନିର୍ବାଚନ ପ୍ରଭାରିଙ୍କ ବୈଠକ ରହିଛି ।

ଆହୁରି ପଢନ୍ତୁ ରାଜନୀତି ଖବର...

Post a Comment (0)
Previous Post Next Post