104 ବର୍ଷରେ ଆଖିବୁଜିଲେ ଶତାୟୁ ସ୍ବାଧୀନତା ସଂଗ୍ରାମୀ

 ଖୋର୍ଦ୍ଧା: ଆରପାରିରେ ଶତାୟୁ ସ୍ବାଧୀନତା ସଂଗ୍ରାମୀ ହଟ୍ଟନାଥ ମଙ୍ଗରାଜ । 104 ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ବେଗୁନିଆ ବ୍ଲକ ସିକୋ ସ୍ଥିତ ବାସଭବନରେ ସେ ପ୍ରାଣତ୍ୟାଗ କରିଛନ୍ତି । ହଟ୍ଟନାଥ ମଙ୍ଗରାଜ ମହାନ୍ ସ୍ବାଧୀନତା ସଂଗ୍ରାମରେ ସକ୍ରିୟ ଭୂମିକା ନେଇଥିଲେ । 



ଅତୁଳନୀୟ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ଭାଷା ଆନ୍ଦୋଳନ ପାଇଁ ନିଜକୁ ସର୍ମପିତ ଥିଲେ । ୧୮୧୭ର ପାଇକ ସଂଗ୍ରାମ ହିଁ ଭାରତର ପ୍ରଥମ ମୁକ୍ତି ଆନ୍ଦୋଳନ ଥିଲା । ଏହାର ମାନ୍ୟତା ଦାବି କରି ସେ ଅଭିଯାନ ଆରମ୍ଭ କରିଥିଲେ । ସ୍ବାଧୀନତା ସଂଗ୍ରାମର ଏହି ମହାନ୍ ବ୍ୟକ୍ତିତ୍ବଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ପ୍ରାକ୍ତନ ରାଷ୍ଟ୍ରପତି ସ୍ବର୍ଗତ ପ୍ରଣବ ମୁଖାର୍ଜୀ ସମ୍ବର୍ଦ୍ଧିତ କରିଥିଲେ । 

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post