ଯୌତୁକ ଦାବିରେ ବଧୂହତ୍ୟା ମାମଲା: ସ୍ୱାମୀ ଶାଶୁ-ଶ୍ବଶୁରଙ୍କୁ ୧୪ବର୍ଷ ଜେଲ

 ଅର୍ଗସ ବ୍ୟୁରୋ: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ୍ ଏକ ଯୌତୁକ ଦାବିରେ ବଧୂହତ୍ୟା ମାମଲାରେ ସ୍ୱାମୀ ଶ୍ବଶୁର ଶାଶୁଙ୍କୁ ୧୪ ବର୍ଷ ଜେଲଦଣ୍ତ ଶୁଣାଇଲେ  ବିଚାରପତି। 

୨୦୧୭ ମସିହାରେ ତୁରେକେଲା ଥାନା ଅନ୍ତର୍ଗତ ରାମୁଡ଼ ଗାଁର ଏକ ଯୌତୁକ ଜନିତ ମାମଲାରେ ଅଭିଯୁକ୍ତ ସ୍ୱାମୀ, ଶାଶୁ-ଶ୍ବଶୁରଙ୍କୁ ଭିନ୍ନ ଭିନ୍ନ ଦଫାରେ ମୋଟ ୧୪ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି ବିଚାରପତି। ସୂଚନା ଅନୁଯାୟୀ, ବୋହୁ ଅନିତା ସାହୁଙ୍କୁ ବିଷ ଦେଇ ଜୀବନରୁ ମାରି ଦେଇଥିବା ଅଭିଯୋଗରେ ତୁରେକେଲା ଥାନାରେ ଏକ ମାମଲା ରୁଜୁ ହୋଇଥିଲା। ଜିଲ୍ଲା ଅତିରିକ୍ତ ଦୌରାଜଜ୍ ହିମାଂଶୁ ଶେଖର ମଲ୍ଲିକ ରାମୁଡ଼ ଗାଁ  ନୃପ ସାହୁ, ଶଶୁର ଜୀବର୍ଧନ ସାହୁ ଏବଂ ଶାଶୁ ମୋତି ସାହୁଙ୍କୁ ୧୯ ଜଣଙ୍କ ସାକ୍ଷ୍ୟପ୍ରମାଣକୁ ଭିତ୍ତି କରି ପୃଥକ ଭାବେ ଜେଲ ଦଣ୍ଡାଦେଶ ସହ ଜରିମାନା କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post