ହସ୍ପିଟାଲରେ ଭର୍ତ୍ତି ହେଲେ ଅମିତାଭ ବଚ୍ଚନ, ଚିନ୍ତା ପ୍ରକଟ କଲେ ଫ୍ୟାନ୍ସ

 ଅର୍ଗସ ବ୍ୟୁରୋ:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଅମିତାଭ ବଚ୍ଚନ। ଏଖବର ପରେ ଅମିତାଭଙ୍କ ପ୍ରଶଂସକଙ୍କ ମଧ୍ୟରେ ଚିନ୍ତା ବଢ଼ିଯାଇଛି। ଆଜି ସକାଳେ ପୁଣି ବିଗ୍ ବି ଭର୍ତ୍ତି ହୋଇଛନ୍ତି । ଆଜି ମୁମ୍ବାଇର କୋକିଳାବେନ୍ ହସ୍ପିଟାଲରେ ତାଙ୍କର ଆଞ୍ଜିଓପ୍ଲାଷ୍ଟି ହୋଇଛି । ତାଙ୍କ ଗୋଡରେ ଜମି ରହିଥିବା ବ୍ଲଡ କ୍ଲଟ ଯୋଗୁ ଏହି ଆଞ୍ଜିଓପ୍ଲାଷ୍ଟି ହୋଇଛି । ବିଗ୍ ବି’ଙ୍କର ଏହି ଟୁଇଟ୍ ପରେ ଫ୍ୟାନ୍ସମାନେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପଡିଛନ୍ତି ଓ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଆଞ୍ଜିଓପ୍ଲାଷ୍ଟି ପରେ ବିଗ୍ ବି ଭଗବାନ ଓ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ ଏକ୍ସରେ ଲେଖିଛନ୍ତି, ସବୁଥର ପରି ଏଥର ବି ମୁଁ ଆପଣମାନଙ୍କ ନିକଟରେ ଋଣୀ ।



ଅଧିକ ପଢ଼ନ୍ତୁ ମନୋରଞ୍ଜନ ଖବର:

Post a Comment (0)
Previous Post Next Post