କୋଲକାତାରୁ ହେଉଥିଲା ଚୋରାଚାଲାଣ, କଟକ ମଙ୍ଗୁଳି ଟୋଲଗେଟ୍‌ ନିକଟରୁ ମାଡ଼ି ବସିଲା ଡିଆରଆଇର

 ଅର୍ଗସ ବ୍ୟୁରୋ : କଟକ ମଙ୍ଗୁଳି ଟୋଲ୍‌ଗେଟ୍‌ ନିକଟରୁ ଜବତ ହେଲା ୯ କିଲୋରୁ ଅଧିକ ବିଦେଶୀ ସୁନା । ଏହି ଚାଲାଣ ଘଟଣାରେ ୨ ଗିରଫ ହୋଇଥିବା ବେଳେ ଡିଆରଆଇ ସୁନା ବିସ୍କୁଟ୍‌ ଓ ଏକ କାର୍‌ ଜବତ କରିଛି । କାର ଯୋଗେ କୋଲକାତାରୁ ସୁନା ଚୋରା ଚାଲାଣ ହେଉଥିବା ନେଇ ଡିଆରଆଇକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା । ଡିଆରଆଇର କର୍ମଚାରୀମାନେ କଟକ ଜିଲ୍ଲା ମଙ୍ଗୁଳି ଟୋଲ୍‌ ପ୍ଲାଜା ନିକଟରେ ଛକି ବସିଥିଲେ । ସୁନା ଚାଲାଣ ହେଉଥିବା କାର୍‌ ଯେତେବେଳେ ଘଟଣାସ୍ଥଳକୁ ପହଞ୍ଚିଥିଲା, ଏଠାରେ ଥିବା କର୍ମଚାରୀମାନେ କାରକୁ ଅଟକାଇଥିଲେ । 



ଅଧିକ ପଢନ୍ତୁ ଓଡ଼ିଶା ଖବର

ଯାଞ୍ଚ ବେଳେ କାର୍‌ ଭିତରୁ ୯ ହଜାର ୧୮୦ ଗ୍ରାମର ସୁନା ବିସ୍କୁଟ ମିଳିଥିଲା, ଯାହାର ମୂଲ୍ୟ ୬ କୋଟି ୪୪ ଲକ୍ଷ ୪୬ ହଜାର ୧୬୪ ଟଙ୍କା ହେବ। ଏହି ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ଡିଆରଆଇ । ଚୋରାଚାଲାଣ ହେଉଥିବା ଗାଡି ବି ଜବତ କରାଯାଇଛି । ତେବେ ଅଭିଯୁକ୍ତମାନେ ସୁନାକୁ କେଉଁଠାକୁ ନେଉଥିଲେ ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ଜଣାପଡ଼ି ନାହିଁ । ତଦନ୍ତ ପରେ ଏହା ଜଣାପଡ଼ିବ ବୋଲି ଡିଆରଆଇ ପକ୍ଷରୁ କୁହାଯାଇଛି ।

Post a Comment (0)
Previous Post Next Post