ବଢୁଛି ତାତି, ୫ ଜିଲ୍ଲାରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା

  ଅର୍ଗସ ବ୍ୟୁରୋ : ତାତିରୁ ନାହିଁ ନିସ୍ତାର । ୫ ଜିଲ୍ଲାରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା ।  ଆଜି ବି ସିଝିବ ଓଡ଼ିଶା । ଏପ୍ରିଲ ପହିଲାବେଳକୁ ତାପମାତ୍ରା ୪୨ ଡିଗ୍ରୀ ଛୁଇଁବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ଶୁକ୍ରବାର ଟିଟିଲାଗଡ଼, ବଲାଙ୍ଗୀର, ବୌଦ୍ଧ, ଭବାନୀପାଟଣା ଓ ନୟାଗଡ଼ରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ରେକର୍ଡ କରାଯାଇଥିଲା । ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଏଭଳି ତାତିର ଦାଉ ଜାରି ରହିବ। ଆସନ୍ତା ଦୁଇ ଦିନ ମଧ୍ୟରେ ୨ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ବଢ଼ିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି।



ଅଧିକ ପଢନ୍ତୁ : ଏପ୍ରିଲ ୬ତାରିଖ ଯାଏ ତାତିରୁ ନାହିଁ ନିସ୍ତାର

ମାର୍ଚ୍ଚ ଶେଷ ସୁଧା ବିଗତ ୧୯ ଏବଂ ୨୦ ତାରିଖରେ ହିଁ କେବଳ ଅଧିକ ବର୍ଷା ରେକର୍ଡ କରାଯାଇଥିଲା । ଆଗାମୀ ୮ ଦିନ ଯାଏ ପାଗରେ ସେମିତି କିଛି ବିଶେଷ ପରିବର୍ତ୍ତନ ହେବ ନାହିଁ । ସେପଟେ ଘରୁ ଟାଣ ଖରାରେ ବାହାରିବା ବେଳେ ଖାସ କରି ବୟସ୍କ, ଶିଶୁ ଏବଂ ରୋଗାକ୍ରାନ୍ତ ବ୍ୟକ୍ତିମାନେ ସାଙ୍ଗରେ ଛତା, ପାଣି ବୋତଲ ନେଇ ଯିବା ପାଇଁ ପରାମର୍ଶ ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ । 

Post a Comment (0)
Previous Post Next Post