ବିଜେଡିରେ ବଢ଼ିଲା ଗୋଷ୍ଠି କନ୍ଦଳ, ମୁହାଁମୁହିଁ ହେଲେ ରୋହିତ ଓ ରାସେଶ୍ୱରୀ

 ଅର୍ଗସ ବ୍ୟୁରୋ:  ସମ୍ବଲପୁର ପ୍ରଣବ ପ୍ରକାଶ ଦାସ ପହଁଞ୍ଚିବା ପରେ ବିଜେଡିର ଗୋଷ୍ଟି କନ୍ଦଳ ବଢିଲା । ବବି ଦାସଙ୍କ ଉପସ୍ଥିତିରେ ରୋହିତ ପୁଝାରୀ ଓ ରାସେଶ୍ୱରୀ ପାଣିଗ୍ରାହୀ ମୁହାଁମୁହିଁ ହୋଇଛନ୍ତି । ସମ୍ବଲପୁର ବିଧାନସଭା ସିଟ ନେଇ ଝଗଡା ଲାଗିଥିବା ଦେଖିବାକୁ ମିଲିଛି । ସେପଟେ ରାସେଶ୍ୱରୀ ପାଣୀଗ୍ରାହୀଙ୍କ ସର୍ମଥକ ମାନେ ବବିଙ୍କ ଉପସ୍ଥିତିରେ ବିଜେଡିକୁ ସମର୍ଥନ ନକରିବା ପାଇଁ ଚେତାବନୀ ଦେଇଛନ୍ତି ।



ରାସେଶ୍ୱରୀ ପାଣିଗ୍ରାହୀକୁ ଟିକେଟ ନଦେଲେ ସମ୍ବଲପୁରରେ ବିରୋଧ କରାଯିବ ବୋଲି ଚେତାବାନୀ ଦେଇଛନ୍ତି କିଛି ବିଜେଡି କର୍ମୀ । ତେବେ ଆଗକୁ ନିର୍ବାଚନ ଥିବାବେଳେ ବିଜେଡିରେ ଏବେଠୁ ଦେଖାଦେଲାଣି କନ୍ଦଳ। ଆଗକୁ ସ୍ଥିତି କଣ ହେବ ତାକୁ ନେଇ ଚିନ୍ତା କରୁଛି ବିଜେଡି।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post