ପୋଲରେ ପିଟି ହେଲା ବାଇକ, ଜଣେ ମୃତ

 ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ସଦର ଥାନା ଗଡିଆ ଛକ ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି । ଗୋଟିଏ ବାଇକରେ ତିନି ଜଣ ଯୁବକ କୌଣସି ଏକ କାମରେ ଆସୁଥିବା ବେଳେ ଗଡିଆ ଛକ ଠାରେ ବାଇକ୍  ଭାରସାମ୍ୟ ହରାଇ ଏକ ପୋଲରେ ଯାଇ ପିଟି ହୋଇଥିଲା।



ଫଳରେ ତିନି ଜଣ ଯାକ ବ୍ୟକ୍ତି ଆହତ ହୋଇଥିବାବେଳେ ସ୍ଥାନୀୟ ଲୋକଙ୍କ ସାହାଯ୍ୟରେ ତୁରନ୍ତ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣା ଯାଇଥିଲା । ତେବେ ଜିଲ୍ଲା ଚିକିତ୍ସାଳୟର ଡାକ୍ତର ଜଣେ ଯୁବକଙ୍କୁ ମୃତ ଘୋଷଣା କରିଥିଲେ ।  ଅନ୍ୟ ଦୁଇଜଣ ଗୁରୁତର ଥିବାରୁ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ମୃତ ଯୁବକ ଜଣକ ଗଡିଆ ଗାଁର ଉମେଶ ଧରୁଆ ବୋଲି ଜଣାପଡିଛି ।

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post