ଅର୍ଗସ ବ୍ୟୁରୋ : ବାଜିଲା ନିର୍ବାଚନୀ ବିଗୁଲ । ଘୋଷଣା ହେଲା ତାରିଖ ଓ ଦିନ । ଘୋଷଣା କଲେ ନିର୍ବାଚନ କମିଶନର (ସିଇସି) ରାଜୀବ କୁମାର । ଆସନ୍ତା ଏପ୍ରିଲ ୧୯ ତାରିଖରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିସନ୍ । ଏପ୍ରିଲ ୧୯ ତାରିଖରେ ମତଦାନ ହେବାକୁ ଥିବା ବେଳେ ଜୁନ୪ ତାରିଖରେ ଭୋଟ ଗଣତି କରାଯିବ । ତେବେ ଏ ନେଇ ଦେଶର ନିର୍ବାଚନ ଆୟୋଗ ତରଫରୁ ଘୋଷଣା କରାଯାଇଛି ।
ଅଧିକ ପଢନ୍ତୁ : ପ୍ରାର୍ଥୀଙ୍କ ନାଁରେ ଅଭିଯୋଗ ଥିଲେ କଣ କରିବେ : ନିର୍ବାଚନ କମିଶନର
ଲୋକସଭା ନିର୍ବାଚନ ସହ ଓଡ଼ିଶା ସମେତ ଅନ୍ୟ କିଛି ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମଧ୍ୟ ତାରିଖ ଘୋଷଣା କରାଯାଇଛି । ଏହି ଅବସରରେ ସେ କହିଛନ୍ତି, ୧୯ ଏପ୍ରିଲରେ ଭୋଟ ଆରମ୍ଭ ହେବ । ଏବଂ ଜୁନ୍ ୧ ରେ ଶେଷ ହେବ ଲୋକସଭା ଓ ବିଧାନସଭା ଭୋଟ ଭୋଟ । ଭୋଟ ସରିବା ପରେ ଜୁନ୍ ୪ରେ (ମଙ୍ଗଳବାର) କରାଯିବ ଲୋକସଭା ଓ ବିଧାନସଭା ଭୋଟ ଗଣତି ।
