ଭୁବନେଶ୍ୱର: ବିଜେଡିରେ ସାମିଲ ହେଲେ ଅଧିରାଜ ପାଣିଗ୍ରାହୀ। ସମର୍ଥିକଙ୍କ ସହ ବିଜେଡିରେ ହେଲେ ସାମିଲ। ଗତକାଲି କଂଗ୍ରେସରୁ ଦେଇଥିଲେ ଇସ୍ତଫା। 74 ଜଣ ନିର୍ବାଚିତ ପ୍ରତିନିଧିଙ୍କ ସହ ବିଜେଡିରେ ସାମିଲ ହେଲେ ହୋଇଛନ୍ତି ଅଧିରାଜ ପାଣିଗ୍ରାଣୀ । ଖରିଆର ବ୍ଲକ ଅଧ୍ୟକ୍ଷ ମଧ୍ୟ ବିଜେଡିରେ ସାମିଲ । 40 ସରପଞ୍ଚ ଓ 34 ସମିତ ସଭ୍ୟ ମଧ୍ୟ ହେଲେ ସାମିଲ । ମିଶ୍ରଣ ପର୍ବରେ ସାମିଲ ଅଛନ୍ତି ମାନସ ମଙ୍ଗରାଜ ଓ ସ୍ନେହାଙ୍ଗିନ ଛୁରିଆ।
ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲାର ଖରିଆର ବିଧାନସଭା ନିର୍ବାଚନ ମଣ୍ଡଳୀ ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଆସନ । ଏହି ଆସନରୁ ୨୦୧୯ ନିର୍ବାଚନରେ ବିଜେଡି ନେତା ଲମ୍ବୋଧର ନିଆଳଙ୍କୁ ହରାଇ ବିଧାନସଭାକୁ ଆସିଥିଲେ ଅଧିରାଜ ପାଣିଗ୍ରାହୀ । ତେଣୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ସେ ଦଳ ବଦଳାଇ ବିଜେଡିରେ ସାମିଲ ହେବା ପରେ, ତାଙ୍କୁ ବିଜେଡି ଟିକେଟ୍ ମିଳିବା ପକ୍କା ବୋଲି କୁହାଯାଉଛି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
