୩୮ ବର୍ଷ ଧରି ଘରେ ସଜେଇ ରଖିଛନ୍ତି ନାନାଦି ପଖାଳ କଂସା

 ଅର୍ଗସ ବ୍ୟୁରୋ : ରାତି ପାହିଲେ ପଖାଳ ଦିବସ । ବିଶେଷକରି କଂସା ବା ବେଲାରେ ଏହାକୁ ଆମେ ଖାଇଥାଉ । ଆପଣ ଶୁଣି ଆଶ୍ଚର୍ଯ୍ୟ ହେବେ, ପଖାଳ କଂସା ଗବେଷକ ତଥା ସଂଗ୍ରହକ ସୁଦର୍ଶନ ସାହୁ ଦୀର୍ଘ ୩୮ ବର୍ଷ ଧରି ତାଙ୍କ ଘରେ ସଜେଇ ରଖିଛନ୍ତି ରହିଛି ନାନାଦି ପଖାଳ କଂସା । ଆମେ ଘରେ ସାଧାରଣତଃ ବେଲା କି କଂସା ବୋଲି ଜାଣିଥାଉ । 

କିନ୍ତୁ କଂସା ଭିତରେ ସେ ସାଇତିଛନ୍ତି ହାତୀ ପାହୁଳିଆ କଂସା ବେଲା, ଦୁଦୁରା ଫୁଲିଆ କଂସା ବେଲା, ଛାତି ଫୁଲାଣିଆ, ପୋଚ ବେଲା, ମାଟିଆକୀଲା ବେଲା, ରାମ ସାହି ବେଲା, ତୋରାଣି ବେଲା ଏମିତି ଅନେକ । ଯାହାକୁ ଆମେ ପିଢ଼ି ଅଧିକାଂଶ ଦେଖିବି ନ ଥିବେ । ଯାହା ଆଗ କାଳରେ ରାଜା ରାଜୁଡାଙ୍କଠୁ ଆରମ୍ଭ କରି ସାଧାରଣ ପରିବାର ପର୍ଯ୍ୟନ୍ତ ସମସ୍ତେ ବ୍ୟବହାର କରୁଥିଲେ । ଏହି କଂସା ବେଲାର ନାମକରଣର ମଧ୍ୟ ରହିଛି ସ୍ବତନ୍ତ୍ର ଇତିହାସ । 

ଅଧିକ ପଢନ୍ତୁ ଓଡ଼ିଶା ଖବର

ସୁଦର୍ଶନଙ୍କ ଘର ନୁହଁ ଏ ହେଉଛି ଏକ ସଂଗ୍ରହାଳୟ । ବିଭିନ୍ନ ରକମର ପଖାଳ କଂସା ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କୁ ମଧ୍ୟ ଦେଇଛନ୍ତି । ଏକ ସ୍ବତନ୍ତ୍ର ଦୁଦୁରା ପଖାଳ କଂସା କେବେ ସୁଯୋଗ ପାଇଲେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଦେବା ପାଇଁ ଇଚ୍ଛା ରଖିଛନ୍ତି ସୁଦର୍ଶନ । ଓଡ଼ିଆଙ୍କ ସହଜ ସୁବିଧା ଖାଦ୍ୟ ପଖାଲରେ  ଓଡ଼ିଆଙ୍କ ଜୀବନ ରହିଥାଏ । କି ଧନୀ କି ଗରିବ ଓଡ଼ିଆଙ୍କ ପ୍ରାଣ କହିଲେ ଗଣ୍ଡେ ପଖାଳକୁ ହିଁ ବୁଝାଏ ।

Post a Comment (0)
Previous Post Next Post