ପଶ୍ଚିମବଂଗ, ଗୁଜରାଟ ଭଳି ଗୁରୁତ୍ବପୂର୍ଣ୍ଣ ରାଜ୍ୟର ସୁରକ୍ଷାରେ ଦୁଇ ଭାଇ

 ଅର୍ଗସ ବ୍ୟୁରୋ : ଦୁଇ ଭାଇଙ୍କୁ ଦୁଇଟି ରାଜ୍ୟର ସୁରକ୍ଷା ଦାୟିତ୍ବ । ବିକାଶ ସହାୟ ଗୁଜରାଟ ଡିଜିପି ଥିବା ବେଳେ ତାଙ୍କ ଭାଇ ବିବେକ ସହାୟଙ୍କୁ ପଶ୍ଚିମବଂଗ ଡିଜିପି ଭାବେ ଏବେ ନିଯୁକ୍ତି ମିଳିଛି । ଗତକାଲି ବିବେକ ସହାୟଙ୍କୁ ପଶ୍ଚିମବଂଗ ପୋଲିସ ଡିଜି ଭାବେ ନିଯୁକ୍ତି ମିଳିଛି । ବିବେକ ସହାୟ ୧୯୯୮ ବ୍ୟାଚ୍ ଆଇପିଏସ୍ ଅଧିକାରୀ । 


ଅନ୍ୟ ପକ୍ଷରେ ତାଙ୍କର ବଡ ଭାଇ ବିକାଶ ସହାୟ ଗୋଟିଏ ବର୍ଷ ପୂର୍ବରୁ ଆଇପିଏସ ଅଧିକାରୀ ଭାବେ ଚାକିରି ଆରମ୍ଭ କରିଥିଲେ । ତାଙ୍କର ଆଉ ଜଣେ ଭାଇ ବିକ୍ରମ ସହାୟ ଇଣ୍ଡିଆନ ରେଭିନ୍ୟୁ ସର୍ଭିସରେ କାର୍ଯ୍ୟ କରୁଛନ୍ତି । ତିନି ଭାଇ ଗୋଟିଏ ସମୟରେ ଏକାଠି ମିଶି ସର୍ବଭାରତୀୟ ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତି କରୁଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣ ସର୍ବଭାରତୀୟ ପୋଲିସ ସେବାରେ ଚାକିରି ପାଇଥିବା ବେଳେ ଆଉ ଜଣେ ଇଣ୍ଡିଆନ ରେଭିନ୍ୟୁ ସର୍ଭିସରେ ଅଛନ୍ତି । 


Post a Comment (0)
Previous Post Next Post