ଅର୍ଗସ ବ୍ୟୁରୋ : ବିଜେଡି - ବିଜେପି ମେଣ୍ଟ ପ୍ରସଙ୍ଗରେ ମନ ମୋହନ ସାମଲଙ୍କ ବଡ଼ ପ୍ରତିକ୍ରିୟା । କହିଲେ ଯାହାର ଧୈର୍ଯ୍ୟ ଅଛି ତାହାର ବିଜୟ ହେବ । ପୁଣିଥରେ ସୋସିଆଲ ମିଡ଼ିଆ ଏକ୍ସରେ ବଡ ବୟାନ ରଖିଛନ୍ତି ରାଜ୍ୟ ବିଜେପି । କହିଛନ୍ତି ରାଜ୍ୟରେ ଏଥର ଏକାକୀ ଲଢିବ ବୋଲି ଲେଖିଛନ୍ତି ବିଜେପି ରାଜ୍ୟ ସଭପତି । ସମସ୍ତ ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେପି ଏକାକୀ ଲଢିବ ବୋଲି ସ୍ପଷ୍ଟ କରିଛନ୍ତି ଶ୍ରୀ ସାମଲ ।
ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶ୍ରୀ ସାମଲ କରିଥିବା ପୋଷ୍ଟକୁ ରିପୋର୍ଟ କରିଛନ୍ତି । ଶ୍ରୀ ସାମଲ ଆହୁରି ମଧ୍ୟ କହିଛନ୍ତି, ସମଗ୍ର ଦେଶରେ ଡବଲ ଇଞ୍ଜିନ ସରକାର ରହିଛି । ସେଠାରେ ବିକାଶ ଓ ଗରିବ କଲ୍ୟାଣର କାର୍ଯ୍ୟସବୁ ତ୍ବରାନ୍ବିତ ହୋଇଛି ଏବଂ ସବୁ କ୍ଷେତ୍ରରେ ସଂପୃକ୍ତ ରାଜ୍ୟମାନେ ମଧ୍ୟ ଅଗ୍ରଗତି ହାସଲ କରୁଛନ୍ତି ବୋଲି ଆମେ ଅନୁଭବ କରୁଅଛୁ ।
ଅଧିକ ପଢନ୍ତୁ : ରାଜ୍ୟରେ ବିଜେପି ଏକାକୀ ଲଢ଼ିବ ସ୍ପଷ୍ଟ କଲେ ମନମୋହନ
କିନ୍ତୁ ଆଜି ଓଡ଼ିଶାରେ ମୋଦୀ ସରକାରଙ୍କ ଅନେକ କଲ୍ୟାଣକାରୀ ଯୋଜନା ତୃଣମୂଳ ସ୍ତରକୁ ପହଞ୍ଚି ପାରୁନାହିଁ, ଯେଉଁ କାରଣରୁ ଓଡିଶାର ଗରିବ ଭଉଣୀ ଓ ଭାଇମାନେ ଏସବୁର ସୁଫଳ ପାଇପାରୁନାହାଁନ୍ତି ।
