ଭୁବନେଶ୍ୱର: ବିଜେପିରେ ଯୋଗଦେଲେ ସିନେ ଷ୍ଟାର ତଥା ପୂର୍ବତନ ବିଜେଡି ସାଂସଦ ସିଦ୍ଧାନ୍ତ ମହାପାତ୍ର । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଜେପିରେ ଯୋଗ ଦେଇଛନ୍ତି ସିଦ୍ଧାନ୍ତ । ସିଦ୍ଧାନ୍ତ ମହାପାତ୍ର ବ୍ରହ୍ମପୁରରୁ ୨ ଥର ସାଂସଦ ହୋଇଛନ୍ତି ।
୨୦୦୯ ଓ ୨୦୧୪ ସାଧାରଣ ନିର୍ବାଚନରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଚନ୍ଦ୍ରଶେଖର ସାହୁଙ୍କୁ ପରାସ୍ତ କରିଥିଲେ ସିଦ୍ଧାନ୍ତ । ତେବେ ୨୦୧୯ ନିର୍ବାଚନରେ ବିଜେଡି ସିଦ୍ଧାନ୍ତ ମହାପାତ୍ରଙ୍କୁ ଟିକେଟ୍ ଦେଇନଥିଲା । ତେବେ ଆଜି ଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସିଦ୍ଧାନ୍ତ ପଦ୍ମ ଧରିଛନ୍ତି ।
ସେହିପରି ଭର୍ତ୍ତୃହରି ମହାତବ ବିଜେପିରେ ଯୋଗ ଦେଇଛନ୍ତି । ଭର୍ତ୍ତୃହରି ମହତାବ 6 ଥର ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । 1998,1999,2004,2009,2014,2019 ରେ କଟକ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜୟୀ ହୋଇଛନ୍ତି । 2017ରେ ସେ ଆଉଟଷ୍ଟାଣ୍ଡିଂ ପାର୍ଲାମେଣ୍ଟାରିଆନ୍ ଆୱାର୍ଡ ପାଇଥିବାବେଳେ 2017,2018,2019,2020ରେ ସଂସଦ ରତ୍ନ ଆୱାର୍ଡରେ ସମ୍ମାନିତ ହୋଇଥିଲେ । ଗତ 22 ତାରିଖରେ ବିଜେଡିରୁ ଇସ୍ତଫା ଦେଇଥିଲେ ଭର୍ତ୍ତୃହରି ମହତାବ ।
