ଇଟାଭାଟି ମାଲିକଙ୍କ ନିର୍ଯାତନା ସହି ନପାରି ଉଦ୍ଧାର ପାଇଁ ନିବେଦନ କଲେ ଦାଦନ ଶ୍ରମିକ

 ଅର୍ଗସ ବ୍ୟୁରୋ:  ଦାଦନ ଖଟିବାକୁ ଯାଇ ଫସିଛନ୍ତି ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାର ୩୦୦ ଶ୍ରମିକ । ଇଟାଭାଟି ମାଲିକଙ୍କ ନିର୍ଯାତନା ସହି ନ ପାରି ଉଦ୍ଧାର ପାଇଁ ଆକୁଳ ନିବେଦନ କରିଛନ୍ତି । ଶ୍ରମିକ ମାନେ ଗାଁ ଲୋକଙ୍କୁ ଭିଡିଓ ପଠାଇ କରି ଉଦ୍ଧାର କରିବାକୁ ନିବେଦନ କରିଥିବା ଏକ ଭିଡିଓ ଭାଇରାଲ ହୋଇଛି l ଇଟାଭାଟି ମାଲିକ ଙ୍କ ଭୟ ରେ ଲୁପି ଛୁପି ଭିଡିଓ ବନାଇ  ଓଡିଶା ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଉଦ୍ଧାର କରିବା ପାଇଁ ଅନୁରୋଧ କରିଛନ୍ତି ।



ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଅଞ୍ଚଳ  ଓ ନୂଆପଡା ଜିଲ୍ଲା କୋମନା ବ୍ଲକ ଅଞ୍ଚଳ ର ପ୍ରାୟ ୩୦୦ ଶହ ରୁ ଅଧିକ ଶ୍ରମିକ ମାନେ ଦଶହରା ସମୟରେ ଟଙ୍କା ବଇନା ନେଇ ଦାଦନ ଶ୍ରମିକ ଭାବରେ ତେଲେଙ୍ଗାନା ରାଜ୍ୟ କୁ ଇଟା ତିଆରି କରିବାକୁ ଯାଇଛନ୍ତି l ତେଲେଙ୍ଗାନା ରାଜ୍ୟ ପୈଦାପାଳି ଥାନା ରଙ୍ଗାପୁର  ଅଞ୍ଚଳ ରେ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି । ଇଟାଭାଟି ମାଲିକ ଶ୍ରମିକ ମାନଙ୍କୁ ରାତି ଦିନ ଖଟାଇ ୨୨ ଘଣ୍ଟା ରୁ ଅଧିକ ସମୟ କାମ କରିବାକୁ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଅଛି । ଦେହ ଖରାପ ହେଲେ ମଧ୍ୟ ଔଷଧ ଦେଇ କାମ  କରିବା ପାଇଁ ବାଧ୍ୟ କରାଉଛି  ଓ ମାଡ଼ ମାରିବା ପାଇଁ ଧମକ ଦେଉଥିବା ଅଭିଯୋଗ ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର: 

Post a Comment (0)
Previous Post Next Post