ସୁପ୍ରିମେକାର୍ଟର ପ୍ରଧାନବିଚାରପତିଙ୍କୁ ଚିଠି ଲେଖିଲେ ୬୦୦ ଓକିଲ

 ଅର୍ଗସ ବ୍ୟୁରୋ: ଏକ ନ୍ୟସ୍ତସ୍ବାର୍ଥ ଗୋଷ୍ଠୀ ତୁଚ୍ଛ ବିତର୍କ ଏବଂ ମନ୍ଦ ରାଜନୈତିକ କାର୍ଯ୍ୟସୂଚୀ ଆଧାରରେ ନ୍ୟାୟପାଳିକା ଉପରେ ଚାପ ପକାଇବା ସହ ଦାଲତକୁ ବଦନାମ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ପ୍ରାୟ 600 ଓକିଲ ଲେଖିଥିବା ଏକ ଚିଠି ଉପରେ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଅନ୍ୟମାନଙ୍କୁ ଭୟଭୀତ କରିବା ହେଉଛି କଂଗ୍ରେସର ପୁରୁଣା ସଂସ୍କୃତି। ମାତ୍ର ୫ ଦଶନ୍ଧି ପୂର୍ବରୁ ସେ ଏକ ପ୍ରତିବଦ୍ଧ ନ୍ୟାୟପାଳିକାର ଆହ୍ବାନ କରିଥିଲେ। 



ସେମାନେ ଲଜ୍ଜାଜନକ ଭାବରେ ନିଜର ସ୍ବାର୍ଥ ପାଇଁ ଅନ୍ୟମାନଙ୍କଠାରୁ ପ୍ରତିବଦ୍ଧତା ଖୋଜନ୍ତି କିନ୍ତୁ ଦେଶ ପ୍ରତି କୌଣସି ପ୍ରତିବଦ୍ଧତାକୁ ଏଡାନ୍ତି। ଏଥିରେ ଆଶ୍ଚର୍ଯ୍ୟର କଥା ଯେ ୧୪୦ କୋଟି ଭାରତୀୟ ତାଙ୍କୁ ପ୍ରତ୍ୟାଖ୍ୟାନ କରୁଛନ୍ତି। ଏହାପୂର୍ବରୁ ବରିଷ୍ଠ ଓକିଲ ହରିଶ ସାଲଭେ ଏବଂ ବାର କାଉନସିଲ ଅଫ ଇଣ୍ଡିଆ ସଭାପତି ମନନ କୁମାର ମିଶ୍ରଙ୍କ ସମେତ ପ୍ରାୟ ୬୦୦ ଓକିଲ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଏକ ଚିଠି ଲେଖିଛନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର 

Post a Comment (0)
Previous Post Next Post