ଦାମୋଦର ରାଉତ ଗୁରୁତର

 ଭୁବନେଶ୍ୱର:  ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଦାମୋଦର ଅତି ଗୁରୁତର। ସୂଚନା ଦେଲେ ପୁଅ ସମ୍ବିତ ରାଉତରାୟ।୧୮ ତାରିଖରୁ ଏକ ଘରୋଇ ହସ୍ପିଟାଲରେ ଆଡମିଟ୍‌ ହୋଇଛନ୍ତି। ହୃଦ୍ ଘାତ ର ଶିକାର ହୋଇଛନ୍ତି।

ବିଜେଡିର  ଜଣେ ଆଗଧାଡିର ନେତା ଡ.ଦାମୋଦର ରାଉତ।  ବରିଷ୍ଠ ରାଜନେତା ଦାମୋଦର ରାଉତଙ୍କ ଉପରୁ  ଜାନୁଆରି ୧ରେ  ନିଲମ୍ବନ ଉଠାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାକୁ ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଯେଉଁଥିରେ ବିଜେଡି ସୁପ୍ରିମୋଙ୍କ ଦସ୍ତଖତ ଥିବା ଦେଖିବାକୁ ମିଥିଲା ।  ସୂଚନା ମୁତାବକ ୨୦୧୮ରେ ବିଜେଡିରୁ ନିଲମ୍ବନ ହୋଇଥିଲେ ଦାମୋଦର । ବ୍ରାହ୍ମଣ ବିବାଦକୁ ନେଇ ହରାଇଥିଲେ ମନ୍ତ୍ରୀପଦ । 2019ରେ ବିଜେପିରୁ ଟିକେଟ ପାଇ ଲଢି ନିର୍ବାଚନ ହାରିଥିଲେ ।  ଗତ କିଛିଦିନ ଧରି ଅସୁସ୍ଥତା କାରଣରୁ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ଦାମୋଦର ରାଉତ । ରାଜନୀତିରୁ ମଧ୍ୟ ଏକଦମ ଦୂରେଇ ଯାଇଥିଲେ ଦାମୋଦର

Post a Comment (0)
Previous Post Next Post