ଆଜି ପୁଣି ରାଜ୍ୟରେ ପ୍ରବଳ ତାତି

 ଭୁବନେଶ୍ୱର: ଅସହ୍ୟ ହେଉଛି ତାତି। ଦିନ ୯ଟାପରେ  ଘରୁ ବାହାରିବା ମୁସ୍କିଲ । ଆଜି ପୁଣି ରାଜ୍ୟରେ ପ୍ରବଳ ତାତି ଅନୁଭୂତ ହେଉଛି । ବଲାଙ୍ଗିର, ଟିଟିଲାଗଡ଼ ଓ ମାଲକାନଗିରରେ କଲବଲ କରୁଛି ଟାଣ ଖରା ।



 ଗତକାଲି ବଲାଙ୍ଗିରରେ ସର୍ବାଧିକ ତାପମାତ୍ରା ଥିଲା ୩୮ .୫ ଡିଗ୍ରୀ ରେକର୍ଡ କରାଯାଇଥିଲା । ଟିଟିଲାଗଡ ଓ ମାଲକାନଗିରିରେ ପାରଦ ୩୮ ଡିଗ୍ରୀ ଟପିଥିଲା । ଟ୍ବିନ୍ ସିଟି ସମେତ ସାରା ରାଜ୍ୟରେ ତାତି ଅସହ୍ୟ ହେଉଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post