ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ରାଜ୍ୟ ରାଜକୋଷରୁ ୩ କୋଟି ଟଙ୍କାରୁ ଅଧିକ ଟଙ୍କା ହେଉଛି ଖର୍ଚ୍ଚ

 ଅର୍ଗସ ବ୍ୟୁରୋ:  ବିଜେଡି ନେତା ତଥା 5-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ୭୪ ଜଣ ପୋଲିସ କର୍ମଚାରୀ। କେବଳ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ବାର୍ଷିକ ରାଜ୍ୟ ରାଜକୋଷରୁ ୩ କୋଟି ଟଙ୍କାରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି। ପାଣ୍ଡିଆନଙ୍କୁ କାହିଁକି ଏତେ ସଂଖ୍ୟକ ପୋଲିସ୍ ସୁରକ୍ଷା ଦିଆଯାଇଛି ବୋଲି ଉଠିଛି ପ୍ରଶ୍ନ ? ଏହାର ଜବାବ ନବୀନ ସରକାର ଓ ପୋଲିସ ପ୍ରଶାସନ ଜବାବ ଦିଅନ୍ତୁ । ପାଣ୍ଡିଆନ ଜଣେ ଡରୁଆ ଓ ଭୟାଳୁ ନେତା ? ଯଦି ଲୋକପ୍ରିୟତା ଅଛି ତେବେ ସେ କାହାକୁ ଡରଛନ୍ତି?



ପାଣ୍ଡିଆନ ନିଜକୁ ସମ୍ରାଟ ଭାବୁଛନ୍ତି, ତେଣୁ ତାଙ୍କର ଅହଙ୍କାର ଓ ଔଦ୍ଧତ୍ୟ ଏତେ ବଢି ଯାଇଛି ଯେ, ସେ ରାଜ୍ୟରେ ଯାହା ଚାହୁଁଛନ୍ତି ତାହା କରୁଛନ୍ତି, ଗରିବ ଲୋକଙ୍କ ଟିକସ ଟଙ୍କାରେ ଏଭଳି ପୋଲିସ ସୁରକ୍ଷା ନେଇ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବର୍ବାଦ କରୁଛନ୍ତି। ଅନ୍ୟ କେଉଁ ଦଳର ନେତାଙ୍କୁ କେତେ ଜଣ ପୋଲିସ ସୁରକ୍ଷା ଦିଆଯାଇଛି ? ତେଣୁ ତୁରନ୍ତ ଭି.କେ ପାଣ୍ଡିଆନଙ୍କ ପୋଲିସ ସୁରକ୍ଷା ପ୍ରତ୍ୟାହାର କରିବାକୁ ଦାବି ହୋଇଛି। ଏହାସହିତ ପାଣ୍ଡିଆନଙ୍କ ସୁରକ୍ଷା ପାଇଁ ଯେତେ କୋଟି ଟଙ୍କା ଖର୍ଚ୍ଚ ହୋଇଛି ଏହାର ଭରଣା ପାଣ୍ଡିଆନଙ୍କ ଠାରୁ କରାଯାଉ। ନଚେତ୍ ଏଥିପାଇଁ ଆନ୍ଦୋଳନ କରିବା ସହିତ କୋର୍ଟଙ୍କ ଦ୍ଵାରସ୍ତ ହେବୁ ବୋଲି ଚେତାବନୀ ଦେଇଛନ୍ତି ଆରଟିଆଇ କର୍ମୀ ପ୍ରଦୀପ ପ୍ରଧାନ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Post a Comment (0)
Previous Post Next Post