ଅର୍ଗସ ବ୍ୟୁରୋ : ଟେନସନରେ ବିଜେଡ଼ି । ବଢୁଛି ଅଡ଼ୁଆ । ସେପଟେ ବଳ ଗୋଟାଉଛି ବିଜେପି । ରାଜ୍ୟରେ ବିଜେଡ଼ି ଅଙ୍କ ଦୃବଳ ହୋଉଥିବା ବେଳେ ଏପଟେ ସବଳ ହୋଇଛି । ଏପଟେ ବିଜେପି ତାର ୧୮ଟି ଲୋକସଭା ଆସନରେ ନିଜର ହେଭିୱେଟ୍ ନେତାମାନଙ୍କ ନାମ ଘୋଷଣା କରିଛି । ଏପଟେ ନେତା ମାନଙ୍କ ନାମ ଶୁଣି ଛାନିଆ ବିଜେଡ଼ି । ଧିରେ ଧିରେ ବିଗିଡ଼ିବାରେ ଲାଗିଛି ବିଜେଡିର ଅଙ୍କ କଷା । ପ୍ରଥମ ପର୍ଯ୍ୟାୟ ଭୋଟ୍ ପାଇଁ ବିଜେଡି ପକ୍ଷରୁ ପ୍ରାର୍ଥୀ କସରତ ଆରମ୍ଭ ହୋଇଛି ସତ କିନ୍ତୁ ଅଙ୍କ ବିଗିଡ଼ିବାରେ ଲାଗିଛି ।
ବିଜେଡି ଛାଡ଼ି ବିଜେପିରେ ସାମିଲ ପ୍ରଦୀପ ପାଣିଗ୍ରାହୀ ଏବେ ଅସନ୍ତୁଷ୍ଟ ବିଜେଡି ନେତାମାନଙ୍କୁ ଗୋଟାଇବାରେ ଲାଗିଛନ୍ତି । ଯାହାର ସିଧାସଳଖ ପ୍ରଭାବ ଜିଲ୍ଲାରେ ବିଜେଡି ସଂଗଠନକୁ ଦୁର୍ବଳ କରିବାରେ ଲାଗିଛି । ଦଳୀୟ ସଂଗଠନକୁ କର୍ମୀ ଓ ନେତାଙ୍କ ସହ ଯୋଗସୂତ୍ରରେ ବାନ୍ଧି ରଖିବା ଭଳି ଜଣେ ବି ଅଭିଜ୍ଞ ଓ ପୁରୁଖା ନେତା ବିଜେଡିକୁ ମିଳୁନାହାନ୍ତି । କେବଳ ଏହି କାରଣ ପାଇଁ ବିଜେଡି ସେଠାରେ ପ୍ରଦୀପଙ୍କୁ ଚେକ୍ ଦେବା ପାଇଁ ତାଙ୍କ ବିରୁଦ୍ଧରେ ବ୍ରହ୍ମପୁର ସଂସଦୀୟ ଆସନରୁ ନିଜର କୋରଟିମ୍ ସଦସ୍ୟ ତଥା ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ବ୍ରହ୍ମପୁର, ନବରଙ୍ଗପୁର, କୋରାପୁଟ ଓ କଳାହାଣ୍ଡି ଲୋକସଭା ତଥା ଏହା ଅନ୍ତର୍ଗତ ୨୮ଟି ବିଧାନସଭା ଆସନରେ ପ୍ରାର୍ଥୀଙ୍କୁ ଚୂଡ଼ାନ୍ତ କରିବା ମଧ୍ୟ ବିଜେଡି ପାଇଁ କାଠିକର ପାଠ ହୋଇଛି ।