ଇଟା ଭାଟିରୁ ତିନି ବର୍ଷର ଶିଶୁପୁତ୍ର ନିଖୋଜ

 ବାଲେଶ୍ୱର: ଇଟା ଭାଟିରୁ ତିନି ବର୍ଷର ଶିଶୁପୁତ୍ର ନିଖୋଜ । ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା କୁଣ୍ଡୁଳି ଗ୍ରାମରେ ଥିବା ଟାଟା ଇଟା ଭାଟିରେ ମୟୁରଭଞ୍ଜ ଜିଲ୍ଲା ମୋରଡା ଥାନା ଅଞ୍ଚଳର କାସରାଇ ମାରାଣ୍ଡି ଚଳିତ ବର୍ଷ କାମ କରିବା ପାଇଁ  ସ୍ତ୍ରୀ ଓ ଦୁଇ ପୁଅକୁ ନେଇ ଆସିଥିଲେ ।



କିନ୍ତୁ ଗତ କାଲି କାସରାଇ ଏବଂ ତାଙ୍କ ସ୍ତ୍ରୀ ଖାଇବାକୁ ବସିଥିବା ବେଳେ ତାଙ୍କ ୩  ବର୍ଷ ର ବଡ ପୁଅ ହରି ମାରାଣ୍ଡି ଇଟା ଭାଟିରେ ଖେଳୁଥିଲା । ଖାଇ ସାରି କାସରାଇ ପୁଅକୁ ଖୋଜିଲା ବେଳକୁ ପାଇ ନଥିଲେ ବହୁ ସମୟର ଖୋଜା ଖୋଜି ପରେବି ପୁଅକୁ ପାଇ ନଥିଲେ । ଆଜି କାସରାଇ ରାଇବଣିଆ ଥାନା ରେ ପୁଅ ନିଖୋଜ ର ଅଭିଯୋଗ ପରେ ରାଇବଣିଆ ପୋଲିସ ଓ ଜଳେଶ୍ଵର ଏସଡିପିଅ ଘଟଣାସ୍ଥଳରେ ଇଟା ଭାଟି ସହିତ ବିଭିନ୍ନ ସ୍ଥାନରେ ବିଭିନ୍ନ ଦିଗରୁ ଛାନଭିନ ଆରମ୍ଭ କରିଛି  । 

ଅଧିକ ପଢନ୍ତୁ ଓଡିଶା ଖବର 

Post a Comment (0)
Previous Post Next Post