ତାତିରୁ ମିଳିବ କି ଆଶ୍ୱସ୍ତି, ୪ଟି ସ୍ଥାନରେ ୪୦ ଡିଗ୍ରୀ ପାର ହୋଇଥିଲା ପାରଦ

 ଅର୍ଗସ ବ୍ୟୁରୋ:  ତାତିରୁ ମିଳିବ କି ଆଶ୍ୱସ୍ତି । ଛତିଶଗଡ ଉପରେ ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ଏବଂ କଳାବୈଶାଖୀ ପ୍ରଭାବରେ ରାଜ୍ୟର କିଛି ଅଞ୍ଚଳରେ ମେଘୁଆ ପାଗ ରହିପାରେ । ଏଥିଯୋଗୁଁ କିଛି ଅଞ୍ଚଳରେ ଗତ କାଲି ତୁଳନାରେ ଦିନ ତାପମାତ୍ରା ସାମାନ୍ୟ କମ ରହିବାର ସମ୍ଭାବନା ରହିଛି । ଗତକାଲି ଅସହ୍ୟ ହୋଇଥିଲା ତାତି । ପ୍ରଥମଥର ପାଇଁ ଏବର୍ଷ ୪ଟି ସ୍ଥାନରେ ୪୦ ଡିଗ୍ରୀ ପାର ହୋଇଥିଲା ପାରଦ ।



ମାଲକାନଗିରିରେର ସର୍ବାଧିକ ତାପମାତ୍ରା ଥିଲା ୪୧ ଡିଗ୍ରୀ । ବୌଦ୍ଧ ଓ ଟିଟିଲାଗଡରେ ତାପମାତ୍ରା ୪୦.୫ ଡିଗ୍ରୀ ରେକର୍ଡ ହୋଇଥିଲା । ବଲାଙ୍ଗୀରରେ ତାପମାତ୍ରା ୪୦.୨ ଡ଼ିଗ୍ରୀ ଓ ନୟାଗଡରେ ୪୦ ଡ଼ିଗ୍ରୀ ରେକର୍ଡ ହୋଇଥିଲା । ଭୁବନେଶ୍ବରରେ ତାପମାତ୍ରା ୩୭ ଡିଗ୍ରୀ ଓ କଟକରେ ୩୭.୬ ଡିଗ୍ରୀ ରେକର୍ଡ ହୋଇଛି ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର: 

Post a Comment (0)
Previous Post Next Post