ଭୁବନେଶ୍ୱର: ସମୀର-ସୁଇସାଇଡ୍-ବିବାଦ । ଧର୍ମେନ୍ଦ୍ର ସାହୁଙ୍କ ପରେ ଶ୍ରୀମନ୍ତ ସ୍ବାଇଁ ଆତ୍ମହତ୍ୟା ମାମଲାରେ ବିବାଦ ଘେରକୁ ଆସିଛନ୍ତି ନିମାପଡା ବିଜେଡି ବିଧାୟକ ସମୀର ଦାଶ। 3 ଦିନ ତଳେ ନିମାପଡା ଗୋପ ଥାନା ତରଙ୍ଗିରା ଗାଁର ଶ୍ରୀମନ୍ତ ଏକ ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଥିଲେ। ହେଲେ ଆତ୍ମହତ୍ୟା ପୂର୍ବରୁ ସୋସିଆଲ୍ ମିଡିଆରେ ଶ୍ରୀମନ୍ତଙ୍କ ଏକ ଭିଡିଓ ଭାଇରାଲ୍ ହେଉଛି। ଯେଉଁଥିରେ ସେ ସମୀର ଦାଶଙ୍କ ଲୋକ ତାଙ୍କ ଉପରେ ଆକ୍ରମଣ କରିଛନ୍ତି, ଏବଂ ସେ ଆତ୍ମହତ୍ୟା କରିବେ ବୋଲି ଭିଡିଓରେ କହିଚନ୍ତି। କିଛି ଦିନ ତଳେ ସମୀର ଦାଶଙ୍କ କାର୍ଯ୍ୟକ୍ରମରେ ତାଙ୍କ ଗୁଣ୍ଡା ବାହିନୀ ଗୋପ ବିଜେପି ଯୁବମୋର୍ଚ୍ଚା ସଭାପତି ଶିବ ପ୍ରସାଦ ସ୍ବାଇଁଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ।
