ଅର୍ଗସ ବ୍ୟୁରୋ : ଆଜି ବିଜେଡ଼ ଘୋଷଣା କଲା ବିଧାନସଭା ଓ ଲୋକସଭା ପାଇଁ ବିଜେଡି ପ୍ରାର୍ଥୀ ତାଲିକା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ ମାଧ୍ୟମରେ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଏହି ଅବସରରେ ଚାନ୍ଦବାଲି ବିଧାନସାଭା କ୍ଷେତ୍ରରୁ ପୁଣି ଥରେ ଲଢିବେ ବ୍ୟୋମକେଶ ରାୟ । ପୁଣି ଥରେ ବିଜେଡ଼ି ଆଶା ଭରଶା କରିଛି ବ୍ୟୋମକେଶ ରାୟଙ୍କ ଉପରେ । କିନ୍ତୁ ଏଥର ତାଙ୍କ ଉପରେ ଭରସା କରିବେ ତ ଚାନ୍ଦବାଲିବାସୀ । ଯାହାକୁ ନେଇ ଉଠିଲାଣି ପ୍ରଶ୍ନ । ଗୋଟିଏ କଥା ନୁହେଁ ଅନେକ କାରଣ ରହିଛି ତାଙ୍କ ପଛରେ । ଯୋଉ କାରଣ ପାଇଁ ଚାନ୍ଦବାଲିବାସୀ ଦେବେ ଏଥର ଉତ୍ତର ।
କୋଭିଡ଼ ସମୟରେ ନିୟମର ଧଜିଆ ଉଡ଼ାଇଲେ ବିଜେଡି ବିଧାୟକ । ନିଜ ବାହାଘରରେ କୋଭିଡ ନିୟମ ଭାଙ୍ଗିଲେ ବିଜେଡି ବିଧାୟକ ବ୍ୟୋମକେଶ ରାୟ । ନିଜ ବାହାଘରର ଥିଲା ନା ଅଛି ସାମାଜିକ ଦୂରତା ନା କେହି ପିନ୍ଧିଥିଲେ ମାସ୍କ । ଦେଖନ୍ତୁ, କିପରି କୋଭିଡ୍ କଟକଣା ଭାଙ୍ଗି ନାଚରେ ମସଗୁଲ ବିଧାୟକ ବ୍ୟୋମକେଶ ରାୟ ଓ ତାଙ୍କ ସାଥୀମାନେ । ଯାହାକୁ ନେଇ ପ୍ରଶ୍ନ କରିଥିଲେ ସାଧାରମ ଲୋକେ କହିଥିଲେ, ରାଜ୍ୟ ସରକାରଙ୍କ ନିୟମ କଣ ନିଜ ଦଳର ନେତାଙ୍କ ପାଇଁ ଅଲଗା କି ?
