କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଅଘଟଣ

 ଅର୍ଗସ ବ୍ୟୁରୋ : ମେଡ଼ିକାଲ ଛାତରୁ ସିଲିଂ ଏବଂ କଂକ୍ରିଟ ଖସି ରୋଗି ଗୁରୁତର ।  କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟରେ ଅଭାବନୀୟ ଘଟଣା । ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟର ପୁରୁଷ ବିଭାଗରେ ଗତକାଲି ଠାରୁ ହାଟଡିହି ବ୍ଲକ ଢେଙ୍କା ପଞ୍ଚାୟତ ବାରିଗାଁର ନାରାୟଣ ନାହାକ ଙ୍କ ପୁଅ ରାଜେଶ ନାହାକ ଚିକିତ୍ସିତ ହେଉଥିଲେ । 



ଅଧିକ ପଢନ୍ତୁ ଓଡ଼ିଶା ଖବର

ଶରୀରରେ ରକ୍ତର ଅଭାବ ଯୋଗୁ ରକ୍ତ ନେଉଥିଲେ । ଆଜି ବ୍ଲଡ଼ ନେଉଥିବା ସମୟରେ ହଠାତ ଛାତରୁ କଂକ୍ରିଟ ଖସି ରାଜେଶଙ୍କ ମୁଣ୍ଡରେ ପଡ଼ିଥିଲା । ବର୍ତ୍ତମାନ ରାଜେଶ ଗୁରୁତର ଥିବା ସୂଚନା ରହିଛି । ଏହା ସହ ଖୁବ ଶୀଘ୍ର ହସ୍ପିଟାଲର ମରାମତି କରିବା ପାଇଁ ଦାବି ହୋଇଛି ।

Post a Comment (0)
Previous Post Next Post