ପରିବାର ଲୋକଙ୍କ ସାମନାରେ ମହିଳାଙ୍କୁ କଚାଡି଼ ମାରିଲା ଦନ୍ତା

 ଅର୍ଗସ ବ୍ୟୁରୋ: ପରିବାର ଲୋକଙ୍କ ସାମନାରେ ମହିଳାଙ୍କୁ କଚାଡି଼ ମାରିଲା ଦନ୍ତା । ସୁନ୍ଦରଗଡ ଜିଲ୍ଲା କୋଇଡା ରେଞ୍ଜ ପୁଣ୍ଡୁପୋଖରୀ ସାହିରେ ଅଭାବନୀୟ ଘଟଣା । ହାତୀ ଭୟରେ ଘରୁ ବାହାରି ଜୀବନ ବଞ୍ଚାଇବା ପାଇଁ ଦୌଡି ଯାଉଥିବା ବେଳେ ମହିଳାଙ୍କୁ ଶୁଣ୍ଡରେ ଟାଣିନେଲା ଦନ୍ତା । ମୃତକ  ଇତୱାରୀ ବଦ୍ରା । ରାତି3ଟା ସମୟରେ ଖାଦ୍ୟ ଅନ୍ବେଷଣ ପାଇଁ ଗାଁକୁ ପଶି ଆସିଥିଲା ଦନ୍ତା । ଗ୍ରାମବାସୀ ହାତୀ ଘଉଡାଇବାକୁ ଚେଷ୍ଟା କରୁଥିବାବେଳେ ଜୀବନ ବଞ୍ଚାଇବାକୁ ଇତୱାରୀ ଘର ଭିତରୁ ବାହାରି ଦୌଡି ପଳାଇବାକୁ ଚେଷ୍ଟା କରୁଥିଲେ  ।

କିନ୍ତୁ ଦନ୍ତାହାତୀ ମହିଳାଙ୍କୁ ଶୁଣ୍ଡରେ ଟାଣି ନେଇ କଚାଡି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟ ହୋଇଥିଲା ।  ବନବିଭାଗର ଏକ ଟିମ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି । ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Post a Comment (0)
Previous Post Next Post