ଭୁବନେଶ୍ୱର ପ୍ରାର୍ଥୀ ଟେନସନ୍ ଭିତରେ ନବୀନ ନିବାସରେ ବଡ଼ ବୈଠକ

 ଭୁବନେଶ୍ୱର: ଭୁବନେଶ୍ୱର ପ୍ରାର୍ଥୀ ଟେନସନ୍ ଭିତରେ ନବୀନ ନିବାସରେ ବଡ଼ ବୈଠକ । ଭୁବନେଶ୍ୱର ଉତ୍ତର ଓ ମଧ୍ୟ କର୍ପୋରେଟରଙ୍କୁ ନବୀନ ନିବାସ ଡକାରା । ଉଭୟ ନିର୍ବାଚନ ମଣ୍ଡଳୀର 8 ଜଣ ଲେଖାଏଁ କର୍ପୋରେଟର ନବୀନ ନିବାସରେ ଉପସ୍ଥିତ ରହିଛନ୍ତି । କାହାକୁ ପ୍ରାର୍ଥୀ କରାଯିବ ସେ ନେଇ ଚାଲିଛି କସରତ ।



72ଟି ବିଧାନସଭା ଆସନ ପାଇଁ ପାଇଁ ପ୍ରାର୍ଥୀ ଘୋଷଣା ପରେ ଏବେ ସବୁ ଜିଲ୍ଲାରେ ଅସନ୍ତୋଷ । ଦୀର୍ଘ ବର୍ଷ ଧରି ଶାସକ ଦଳର କାର୍ଯ୍ୟ କରୁଥିବା ଏମିତି ଅନେକ ନେତା ଏବେ ଦଳ ପାଇଁ ବିଭୀଷଣ ଭୂମିକା ତୁଲାଇବା ପାଇଁ ଆଗଭର ହୋଇସାରିଲେଣି । ଟିକେଟକୁ ନେଇ ବିଜେଡିରେ ତୀବ୍ର ହୋଇଛି ରାଜୁ ସିଣ୍ଡ୍ରୋମ । 

ରାଜ୍ୟସାରା ଅସନ୍ତୁଷ୍ଟ ଟିକେଟ୍ ଆଶାୟୀ କରୁଛନ୍ତି ନାକେଦମ୍ । ସମ୍ବଲପୁରରୁ ଧର୍ମଶାଳା, ମୋହନାରୁ ମାଲକାନଗିରି ସବୁଠି ତୀବ୍ର ଗୋଷ୍ଠୀକନ୍ଦଳ । ଏପଟେ ଆମଦାନୀ ନେତାଙ୍କ ଭରସାରେ ବିଜୁ ଜନତା ଦଳ । ଦଳ ଡିଆଁ ନେତାଙ୍କୁ ମିଳୁଛି ଟିକେଟରେ ପ୍ରାଥମିକତା । ଯାହାକୁ ନେଇ ରାଜ୍ୟ ରାଜନୀତି ଏବେ ହଇଚଇ । 

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post