ରାଜ୍ୟରେ ପିଇବା ପାଣି ସମସ୍ୟା ନେଇ ସରକାରଙ୍କୁ ଆଟାକ୍ କଲେ ମୁକେଶ ମହାଲିଙ୍ଗ

 ଭୁବନେଶ୍ୱର:  ରାଜ୍ୟରେ ପିଇବା ପାଣି ସମସ୍ୟା ନେଇ ସରକାରଙ୍କୁ ଜୋରଦାର୍ ଆଟାକ୍ କରିଛନ୍ତି ବିଜେପି ବିଧାୟକ ମୁକେଶ ମହାଲିଙ୍ଗ ।  ଘରେ ଘରେ ସ୍ଵଚ୍ଛ ପିଇବା ପାଣି ଯୋଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସରକାର ପଇସା ଦେବାରେ ଅବହେଳା କରି ନାହାନ୍ତି । ହେଲେ ବାଧକ ସାଜିଛନ୍ତି ଓଡ଼ିଶା ସରକାର ।



 ଘରେ ଘରେ ପିଇବା ପାଣି ପାଇଁ ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନରେ ଟଙ୍କା ଆସିଛି, ହେଲେ ଓଡ଼ିଶା ସରକାରଙ୍କ ଠିକାଦାର ପୋଷା ନୀତି ଯୋଗୁଁ କାମ ହୋଇପାରୁନି । ଜଣେ ଜଣେ ଠିକାଦାରକୁ ୮ ରୁ ଅଧିକ କାମ ଦେଇଛନ୍ତି ରାଜ୍ୟ ସରକାର । ସେଥିପାଇଁ ଠିକ୍ ସମୟରେ କାମ ସରୁନି କି ପାଣି ପହଞ୍ଚୁନି । ପାଇପ ଲାଇନ ଅଛି, ସୋର୍ସରୁ ପାଣି ଆସୁଛି ହେଲେ ଟ୍ୟାପରୁ ପାଣି ଆସୁନାହିଁ । ନିକଟରେ ଖାଉଟି ଅଦାଲତରେ ୱାଟକୋ ଏଥିପାଇଁ ଦଣ୍ଡିତ ହୋଇଛି । ଏଥିରୁ ସ୍ପଷ୍ଟ ହୋଇଛି ରାଜ୍ୟ ସରକାରଙ୍କ ଖାମଖିଆଲି ନୀତି । 

Post a Comment (0)
Previous Post Next Post