ଭିଜିଲାନ୍ସ ଜାଲରେ କମିଶନରେଟ ପୋଲିସ

 ଅର୍ଗସ ବ୍ୟୁରୋ: ପୁଣି ବଦନାମ ମୁଣ୍ଡାଇଲା କମିଶନରେଟ ପୋଲିସ। ଲାଞ୍ଚ ନେଉଥିବା ଅଭିଯୋଗରେ ସବ ଇନ୍ସପେକ୍ଟରକୁ ବାନ୍ଧିଲା ଭିଜିଲାନ୍ସ। ସହିଦନଗର ଥାନା ସବ ଇନ୍ସପେକ୍ଟର ପ୍ରିୟବ୍ରତ ପ୍ରଧାନଙ୍କୁ ଧରିଲା ଭିଜିଲାନ୍ସ। ଡ୍ରଙ୍କ ଆଣ୍ଡ ଡ୍ରାଇଭରେ ଜବତ ଗାଡିକୁ ଛାଡିବା ପାଇଁ ନେଉଥିଲେ ଲାଞ୍ଚ।



ଡ୍ରଙ୍କ ଏଣ୍ଡ ଡ୍ରାଇଭରେ ଜବତ କରାଯାଇଥିବା ଜଣେ ଗାଡ଼ି ମାଲିକଙ୍କ DL ଫେରେଇ ଦେବାପାଇଁ ୫ହଜାର ଟଙ୍କା ଦାବି କରିଥିଲେ ଗାଡ଼ି ମାଲିକ ୩ ହଜାର ଦେଇଥିଲେ। କିନ୍ତୁ ଆଉ ୨ ହଜାର ନଦେଲେ DL ଦେବେନି ବୋଲି କହିଥିଲେ ପୋଲିସ ବାବୁ । ଫଳରେ ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହେଇଥିଲେ।

ଏବଂ 2ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ। ଗିରଫ ହେଲେ ସବ ଇନ୍ସପେକ୍ଟର ପ୍ରିୟବ୍ରତ।  ସହିଦନଗର ଥାନା ସବ ଇନ୍ସପେକ୍ଟର ଭାବରେ କାର୍ଯ୍ୟ କରୁଥିଲେ ପ୍ରିୟବ୍ରତ। ଅନ୍ୟପଟେ ତାଙ୍କ ଭିଏସଏସ ନଗର ଓ ବ୍ରହ୍ମଗିରି ରେବଣା ନୂଆଗାଁ ପୈତୃକ ଘରେ ଏକକାଳୀନ ରେଡ କରୁଛି ଭିଜିଲାନ୍ସ ଟିମ। 

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post