ବେପରୁଆ ଗାଡି ଚାଳନାରୁ ଦୁର୍ଘଟଣା

 ଭୁବନେଶ୍ୱର:  ଦୁର୍ଘଟଣାରେ ଚା' ଦୋକାନୀଙ୍କ ମୃତ୍ୟୁ । ମୃତକ ହେଉଛନ୍ତି ଯାଜପୁର ବିଞ୍ଝାରପୁରର ଦିଲ୍ଲୀପ ପରିଡା । ଭୁବନେଶ୍ବର ସହିଦନଗର ଥାନା ପଣ୍ଡା ପାର୍କ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ବେପରୁଆ ଗାଡି ଚାଳନାରୁ ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଘଟାଇଥିବା ଗାଡି ମାଲିକ ସହ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମଙ୍କ ପାଖ ଲୋକ । ତେବେ ଦୁର୍ଘଟଣା ଘଟାଇଥିବା ମର୍ସିଡିଜ୍ ଗାଡିକୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି ପୋଲିସ । କିଭଳି ଦୁର୍ଘଟଣା ଘଟିଲା, ଗାଡି କିଏ ଚଳାଉଥିଲା, ତମାମ ଦିଗକୁ ନେଇ ଆରମ୍ଭ ହୋଇଛି ଛାନଭିନ୍ ।



 

ଆହୁରି ପଢନ୍ତୁ ଓଡିଶା ଖବର...

Post a Comment (0)
Previous Post Next Post