ସର୍ବାଧିକ 43.6 ଡିଗ୍ରୀ ତାପମାତ୍ରାରେ ଜଳିଲା ଭୁବନେଶ୍ୱର

 ଭୁବନେଶ୍ୱର:  ଅସହ୍ୟ ଖରା, ଗରମରେ ସନ୍ତୁଳି ହେଉଛି ଜନଜୀବନ । ରାଜ୍ୟରେ ଆହୁରି ୪ ଦିନ ଏହିଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିବ । ଆଜି ବୌଦ୍ଧ ଏବଂ ଅନୁଗୁଳ ସହରର ତାପମାତ୍ରା 45 ଡିଗ୍ରୀ ଛୁଇଁବାର ସମ୍ଭାବନା ଥିବା ବେଳେ ଆସନ୍ତାକାଲି ମଧ୍ୟ କିଛି ସ୍ଥାନରେ ତାପମାତ୍ରା 45 ଡିଗ୍ରୀ ଛୁଇଁବ । ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।  



ଏପ୍ରିଲ 20 ପରଠାରୁ ବର୍ଷା ଏବଂ ଘୂର୍ଣ୍ଣିବାତ୍ୟା ହେବାର ସମ୍ଭାବନା ରହିଛି । ଫଳରେ ରାଜ୍ୟର କିଛି ଅଂଚଳରେ ଦୁଇ ରୁ ତିନି ଡିଗ୍ରୀ ତାପମାତ୍ରା ହ୍ରାସ ପାଇବାର ସମ୍ଭାବନା ରହିଛି । ଆଜି ଦିନ 2ଟା 30 ସୁଦ୍ଧା ଭୁବନେଶ୍ବରରେ ସର୍ବାଧିକ 43.6 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଝାରସୁଗୁଡ଼ାରେ 42.6, ବାଲେଶ୍ବରରେ 42.2, ସମ୍ବଲପୁରରେ 41.7 ଡିଗ୍ରୀ ପାରଦ ରେକର୍ଡ ହୋଇଛି । ସେହିପରି ହୀରାକୁଦରେ 41.4, ଚାନ୍ଦବାଲିରେ  41.2, କେନ୍ଦୁଝରରେ 40.9, ରାଉରକେଲାରେ 40.2 ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି । 
ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post