ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ଵରୁ ନିବୃତ୍ତ ହୁଅନ୍ତୁ -ସଜନ ଶର୍ମା

 ଅର୍ଗସ ବ୍ୟୁରୋ:  24 ବର୍ଷ ହେଲା ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାଧ ନିୟନ୍ତ୍ରଣର ଦାୟିତ୍ଵ ଗୃହ ବିଭାଗ ହାତରେ ଅର୍ଥାତ ମୁଖ୍ୟମନ୍ତ୍ରୀଙ୍କ ହାତରେ । କିନ୍ତୁ ରାଜ୍ୟରେ ପ୍ରତିଦିନ ନୂଆ ନୂଆ ଢଙ୍ଗର ଅପରାଧ ଘଟୁଛି । ଅତୀତରେ ନିଜ ନିର୍ମଳ ଭାବ ମୂର୍ତ୍ତି ପାଇଁ କ୍ୟାବିନେଟର 3 ଜଣ ମନ୍ତ୍ରୀଙ୍କୁ ପଦଚ୍ୟୁତ କରିଥିଲେ ନବୀନ । ସେଠାରୁ ନବୀନଙ୍କ ନିର୍ମଳ ଭାବମୂର୍ତ୍ତିର ଯାତ୍ରା ଆରମ୍ଭ ହେଲା । ପିସି ମୁକ୍ତ ଓଡ଼ିଶା ପାଇଁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଓଡ଼ିଶା ବାସ୍ତବରେ ପିସି ବା ଦୁର୍ନୀତି ମୁକ୍ତ ହୋଇଛି କି ବୋଲି ପ୍ରଶ୍ନ କରିଛନ୍ତି ବିଜେପି ମୁଖପାତ୍ର ସଜନ ଶର୍ମା ।  



ମୁଁ ଭୁବନେଶ୍ବର ଜଗିଛି ତୁମେ ପଞ୍ଚାୟତ ଜଗ ବୋଲି ମନ୍ତ୍ରୀ ଓ ଅଫିସର ମାନଙ୍କୁ ଭାଷଣରେ କହିଥିଲେ ମୁଖ୍ୟମନ୍ତ୍ରୀ । କିନ୍ତୁ ଏବେ ମୁଁ ବି ଖାଉଛି ତୁମେ ବି ଖାଅ ନୀତିରେ ଚାଲିଛି ବିଜେଡ଼ି ସରକାର । ଦୁର୍ନୀତି କରୁଥିବା ବାବୁ ମାନଙ୍କୁ କାହିଁକି ଧରୁ ନାହାନ୍ତି ମୁଖ୍ୟମନ୍ତ୍ରୀ ।  ବହୁ ଚର୍ଚ୍ଚିତ ଇତିଶ୍ରୀ, ବେବିନା ଓ ମାଧବିଲତାଙ୍କ ଭଳି ପୀଡ଼ିତାମାନଙ୍କ ଭିତରୁ କିଏ ନ୍ୟାୟ ପାଇଲେ ?
ଓଡ଼ିଶାର ସବୁଠୁ ବଡ ଦୁର୍ନୀତି ଚିଟଫଣ୍ଡ । ମୁଖ୍ୟମନ୍ତ୍ରୀ ନିଜେ କହିଲେ ତଦନ୍ତ ହେବ । ନାୟିକ କମିଶନ ବି ବସିଲା । କିନ୍ତୁ କମ୍ପାନୀ ମାନଙ୍କ ଠାରୁ ସିଜ୍ ହୋଇଥିବା ଧନ କ୍ଷତିଗ୍ରସ୍ତଙ୍କୁ କେତେ ଫେରାଇଛନ୍ତି ସରକାର । 

ଏବେ ନୂଆ ଧରଣର ଅପରାଧ ବା ସାଇବର କ୍ରାଇମ ବ୍ୟାପି ଚାଲିଛି । କିନ୍ତୁ ଏହା ବିରୁଦ୍ଧରେ କିଛି ଆକ୍ସନ ହେଉଛି କି ? ଅପରାଧ ନିୟନ୍ତ୍ରଣ କରୁନାହାନ୍ତି ମୁଖ୍ୟମନ୍ତ୍ରୀ । ବରଂ ଅପରାଧୀମାନଙ୍କୁ ସାଙ୍ଗରେ ଧରି ବୁଲୁଛନ୍ତି । ବିଜେଡିର ବିଧାୟକ ଓ ମନ୍ତ୍ରୀମାନେ ବିଭିନ୍ନ ଅପରାଧରେ ଜଡ଼ିତ ଅଛନ୍ତି । କିନ୍ତୁ ସେମାନଙ୍କୁ ଟିକେଟ ଦେଉଛନ୍ତି ମୁଖ୍ୟମନ୍ତ୍ରୀ । ବାପା ଅପରାଧରେ ସଂପୃକ୍ତ ଥିଲେ ପୁଅକୁ ଟିକେଟ୍ ଦେଉଛି ବିଜେଡ଼ି । ମୁଖ୍ୟମନ୍ତ୍ରୀ ନିଜ ଦାୟିତ୍ଵରୁ ନିବୃତ୍ତ ହୁଅନ୍ତୁ ବୋଲି ଦାବି କରିଛି ବିଜେପି ।

ଆହୁରି ପଢନ୍ତୁ ରାଜନୀତି ଖବର...

Post a Comment (0)
Previous Post Next Post