ପୁରୀ: ବ୍ରହ୍ମଗିରିର ବିଧାୟକ ଶ୍ରୀଯୁକ୍ତ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ମା' ଙ୍କର ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଆଜି ଦେହାନ୍ତ ହୋଇଯାଇଛି l ୯୩ ବର୍ଷ ବୟସରେ ଶୁଭଲକ୍ଷ୍ମୀ ଦେବୀଙ୍କ ପରଲୋକ ହୋଇଯାଇଛି । କ୍ୟାପିଟାଲ୍ ହସ୍ପିଟାଲରେ ପହଁଞ୍ଚି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କରିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ଦଳର ମୁଖ୍ୟ ସଚେତନ ମୋହନ ମାଝି ହସ୍ପିଟାଲରେ ମଧ୍ୟ ପହଁଞ୍ଚିଥିଲେ ।
ସେପଟେ ବହୁ ଚର୍ଚ୍ଚିତ ପୁରୀର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ହୋଇଛନ୍ତି ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର । ନିର୍ବାଚନ ମଇଦାନଙ୍କୁ ଓହ୍ଲାଇବା ପୂର୍ବରୁ ବୁଧବାର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ନେଇଛନ୍ତି । ଏହାର ଦିନକ ପରେ ଜେଜେ ମା ଙ୍କ ବିୟୋଗ ଖବର ଶୁଣି ପୁରା ପରିବାରରେ ଶୋକର ଛାୟା ଖେଳିଯାଇଛି ।
2016 ନଭେମ୍ବର 7 ତାରିଖରେ ବରିଷ୍ଠ କଂଗ୍ରେସ ନେତା ଲୁଲୁ ମହାପାତ୍ରଙ୍କ ପରଲୋକ ହୋଇଥିଲା । ସେ ଦୀର୍ଘଦିନ ଧରି ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ଥିଲେ ।
ଆହୁରି ପଢନ୍ତୁ ଓଡିଶା ଖବର...
