ଅର୍ଗସ ବ୍ୟୁରୋ: ଆସିଲା ୪୦ ଜଣିଆ ବିଜେଡି ଷ୍ଟାର ପ୍ରଚାରକ ତାଲିକା । ତାଲିକାର ପ୍ରଥମରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାଁ ଥିବା ବେଳେ ଦ୍ୱିତୀୟରେ ପାଣ୍ଡିଆନ ଓ ତୃତୀୟରେ ପ୍ରଣବ ପ୍ରକାଶ ଦାସଙ୍କ ନାଁ ରହିଛି । ଦେବୀ ମିଶ୍ର, ରାଜା ସ୍ୱାଇଁ, ଚନ୍ଦ୍ର ଶେଖର ସାହୁ, ଅଶୋକ ପଣ୍ଡା, ସ୍ନେହାଙ୍ଗିନୀ ଛୁରିଆ, ନିରଞ୍ଜନ ପୂଜାରୀ, ପ୍ରତାପ ଜେନା, ପ୍ରତାପ ଦେବ, ଅତନୁ ସବ୍ୟସାଚୀ ନାୟକ, ଅରୁଣ ସାହୁଙ୍କ ପରି ଲିଡରଙ୍କ ନାଁ ରହିଛି । ତାଲିକାରେ ରହିଛନ୍ତି ଚାରି ବିବାଦୀୟ ନେତା । ପ୍ରତାପ ଜେନା, ଅରୁଣ ସାହୁ, ରାଜା ସ୍ୱାଇଁ, ସୁଶାନ୍ତ ସିଂଙ୍କ ପରି କଳଙ୍କିତ ଚେହେରାଙ୍କୁ ସାମିଲ କରି ପରୋକ୍ଷରେ ସେମାନଙ୍କ ବିରୋଧରେ ଅଭିଯୋଗ ଆଣିଥିବା ପୀଡ଼ିତ ପରିବାରକୁ ପ୍ରତାରିତ କରିଛି ବିଜେଡି ।
