ଅର୍ଗସ ବ୍ୟୁରୋ : ରାଜ୍ୟରେ ଦିନକୁ ଦିନ ବଢିଚାଲିଛି ଚୋରି ଘଟଣା । ତେବେ ପିପିଲିର ଡେଲାଙ୍ଗ ଥାନା ନିକଟରୁ ବନ୍ଧୁକ ମୂନରେ ଜଣେ ସୁନା ବ୍ୟବସାୟୀଙ୍କଠାରୁ ଲୁଟ୍ କଲେ ଚୋର । ୨୭୦ ଗ୍ରାମ୍ ସୁନା, ୬କେଜି ରୁପା ଲୁଟିନେଇଛନ୍ତି ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ବ୍ୟବସାୟୀ ଜଣକ ଷ୍ଟେସନ ବଜାରଠାରେ ଥିବା ତାଙ୍କ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । ବନ୍ଧୁକ ଦେଖାଇ ୪ ଜଣ ଅଜଣା ଯୁବକ ବ୍ୟବସାୟୀଙ୍କ ହାତରୁ ସୁନା ଏବଂ ରୁପା ଥିବା ବ୍ୟାଗ୍ ଲୁଟିଥିବା ଥାନାରେ ଅଭିଯୋଗ ହୋଇଛି ।
