ଅର୍ଗସ ବ୍ୟୁରୋ: ୨୫ରେ ଓଡିଶା ଆସିବେ ଶାହ। ଆସନ୍ତା ୨୫ରେ ସୋନପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ପ୍ରେସମିଟରେ ସୂଚନା ଦେଲେ ବିଜେପି ଉପସଭାପତି ଗୋଲକ ମହାପାତ୍ର। ପୂର୍ବରୁ ଶାହା କହିଥିଲେ ଯେ ଓଡିଶାରେ ବିଜେଡି ସହ ହେବ ଆମ୍ନା ସାମ୍ନା ଲଢ଼େଇ । ସୋନପୁରରୁ କରିବେ ନିର୍ବାଚନୀ ପ୍ରଚାରର ଶୁଭାରମ୍ଭ। ନିର୍ବାଚନୀ ଋଣନୀତି ନେଇ କର୍ମକର୍ତ୍ତାଙ୍କ ସହ କରିବେ ଆଲୋଚନା। ଶାହଙ୍କ ଗସ୍ତ ନେଇ ରାଜ୍ୟ ବିଜେପି ଉତ୍ସାହିତ ବୋଲି କହିଛନ୍ତି ଗୋଲକ ମହାପାତ୍ର।
ଅଧିକ ପଢ଼ନ୍ତୁ ଓଡିଶା ଖବର:
