ଆହୁରି ୨ ଦିନ ଆକାଶରୁ ବର୍ଷିବ ଅଗ୍ନି ବର୍ଷା

 ଅର୍ଗସ ବ୍ୟୁରୋ: ତାତିରୁ ନାହିଁ ନିସ୍ତାର । ଆହୁରି 2 ଦିନ ଆକାଶରୁ ବର୍ଷିବ ଅଗ୍ନି ବର୍ଷା। ମେ 1 ପର୍ଯ୍ୟନ୍ତ ପାଗରେ ହେବନି  ପରିବର୍ତ୍ତନ । ଆଗାମୀ 3 ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ସହ ଗୁଳୁଗୁଳି ଜାରି ରହିବ। ଗ୍ରୀଷ୍ମ ପ୍ରବାହ ଯୋଗୁଁ ରାଜ୍ୟର ଅନେକ ଜିଲ୍ଲାକୁ ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେପଟେ ଅଗାମୀ 24 ଘଣ୍ଟା ପାଇଁ ସିଭିୟର ହିଟ ୱେଭ ଜାରି କରିଛି ପାଣିପାଗ ବିଭାଗ । ଅନ୍ୟପକ୍ଷେ ୫ ତାରିଖରେ ପାଗରେ ପରିବର୍ତ୍ତନ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। 



ଆସନ୍ତା ୫ ତାରିଖରେ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ପ୍ରଭାଵରେ ତାପମାତ୍ରା କମିବ ସମ୍ଭାବନା ରହିଛି। ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ଲହରୀ। କିନ୍ତୁ ୧ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲା ପାଇଁ ରେଡ ଆଲର୍ଟ ରହିଛି। ୨ ତାରିଖ ପରଠୁ କମିବ ସିଭିୟର ହିଟ୍ ୱେଭ ସ୍ଥିତି ଯାହା ଫଳରେ ଦିନ ତାପମାତ୍ରାରେ ୨-୩ ଡ଼ିଗ୍ରୀ କମିବ। ଆଜି ଏବଂ ଆସନ୍ତା କାଲି ପର୍ଯ୍ୟନ୍ତ ରାଜ୍ୟରେ ହିଟ ୱେଭ ସ୍ଥିତି ଜାରି ରହିବ। ଗତ କାଲି ସର୍ବୋଚ୍ଚ ଦିନ ତାପମାତ୍ରା ବାରିପଦାରେ ୪୪.୮ ଦିଗ୍ରି ରେକର୍ଡ କରାଯାଇଛ। ୪୪ ଡିଗ୍ରୀ ଉପରେ ୪ ସହର ଥିବା ବେଳେ ୨୮ ସହର ତାପମାତ୍ରା ୪୧ ଡିଗ୍ରୀ ଉପରେ ରେକର୍ଡ ହୋଇଥିଲା । 

ଆଜି ଟ୍ଵିନ ସିଟି ଖୋର୍ଦ୍ଧା ଓ କଟକକୁ ଆଜି ରେଡ଼ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ସେପଟେ ମୟୁରଭଞ୍ଜ, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳକୁ ମଧ୍ୟ ରେଡ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟରେ ଲଗାତାର 16 ଦିନ ଧରି ହିଟ ୱେଭ ସହ ଗ୍ରୀଷ୍ମପ୍ରବାହ ଜାରି ରହିଛି। 40 ରୁ 80% ପ୍ରତିଶତ ହୁମିଡ଼ିଟି ରହୁଛି । ଭୁବନେଶ୍ୱରରେ 50% ହୁମିଡ଼ିଟି ରହୁଛି । ପିକ ସମୟ ଦିନ 11 ଟାରୁ 3 ମଧ୍ୟରେ ବାହାରକୁ ନ ବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। 

ଖରାରେ ବାହାରକୁ ଗଲେ ଓଦା ଗାମୁଛା ,ପାଣି ବୋତଲ ସହ, ଛତାର ବ୍ୟବହାର କରିବାକୁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ବିଶେଷ କରି ବୃଦ୍ଧା, ଗର୍ଭବତୀ ମହିଳା, ଶିଶୁଙ୍କୁ ବାହାରକୁ ପିକ ସମୟରେ ଖରାରେ ବାହାରକୁ ବାହାରିବାକୁ ବାରଣ କରିଛି ପାଣିପାଗ ବିଭାଗ। 

ଅଧିକ ପଢ଼ନ୍ତୁ ପାଣିପାଗ ଖବର 

Post a Comment (0)
Previous Post Next Post