ଗାଁରେ ବନ୍ଧୁକ ଦେଖାଇ ଧମକଚମକ ଦେବା ଘଟଣାରେ ଜଣେ ଗିରଫ

 ବଲାଙ୍ଗିର : ଗାଁରେ ବନ୍ଧୁକ ଦେଖାଇ ଧମକଚମକ ଦେବା ଘଟଣାରେ ଜଣେ  ଗିରଫ ।  ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ବାନ୍ଦୁପଲା ଗାଁରେ ଜଣେ ଯୁବକ ଅତ୍ୟଧିକ ନିଶା ସେବନ କରି ବନ୍ଧୁକ ଦେଖାଇ ଲୋକଙ୍କୁ ଧମକଚମକ୍ ଦେଉଥିବା ଅଭିଯୋଗରେ ଜଣେ ଯୁବକ କୁ ଗିରଫ କରିଛି ମୁରିବାହାଲ ପୋଲିସ l ଗିରଫ ଯୁବକ ଜଣକ ହେଲେ ବାନ୍ଦୁପଲା ଗାଁ ନରେନ୍ଦ୍ର ଭୋଇ l ଗିରଫ ହୋଇଥିବା ଯୁବକ ପାଖରୁ ଏକ ବନ୍ଧୁକ ଜବତ କରିଛି ପୁଲିସ ।



ସୂଚନାଯୋଗ୍ୟ ଯେ ବାନ୍ଦୁପଲା ଗ୍ରାମର ପୀତବାସ ଭୋଇଙ୍କ ଅଭିଯୋଗ ଅନୁସାରେ ଗାଁ ର ସଦାନନ୍ଦ ଭୋଇଙ୍କ ପୁଅ ନରେନ୍ଦ୍ର ଭୋଇ ଅତ୍ୟଧିକ ନିଶା ସେବନ କରି ଏକ ବନ୍ଧୁକ ଦେଖାଇ ବାରମ୍ବାର ଭୟଭୀତ କରିବା ସହ ଧମକଚମକ ଦେଉଥିଲା। ଏ ନେଇ ପୀତବାସ ଥାନାରେ ଅଭିଯୋଗ କରିବା ପରେ ପୁଲିସ ନରେନ୍ଦ୍ରଙ୍କୁ ଗିରଫ କରିବା ସହ ତା ପାଖରୁ ସେ ରଖିଥିବା ଏକ ବନ୍ଧୁକ ଜବତ କରିଥିଲା। ଆର୍ମସ ଏକ୍ଟରେ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ପରେ ଅଭିଯୁକ୍ତ ନରେନ୍ଦ୍ରଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ତାଙ୍କୁ ଜେଲ ହାଜତକୁ ପଠାଇ ଦେଇଥିବା ଜଣାପଡିଛି । 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post