୫୨୯ କୋଟିର ବିଳାସପୂର୍ଣ୍ଣ ହୋଟେଲରେ ବିବାହ କରିବେ ଅନ୍ତନ୍ତ-ରାଧିକା

 ଅର୍ଗସ ବ୍ୟୁରୋ: ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସର ମାଲିକ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଜୁଲାଇ ମାସରେ ବିବାହ ବନ୍ଧନରେ ବାନ୍ଧି ହେବେ। ଖବରରୁ ଜଣାପଡ଼ିଛି ଯେ, ଉଭୟଙ୍କର ବିବାହ ଲଣ୍ଡନରେ ହେବ। ପୂର୍ବରୁ ନିଜ ଜନ୍ମମାଟି ଗୁଜରାଟର ଜାମନଗରରେ ଗ୍ରାଣ୍ଡ ପ୍ରି-ଓ୍ବେଡିଙ୍ଗ ଫଙ୍କସନ ସରିବାପରେ ଅନନ୍ତଙ୍କ କନିଆଁ ସାଜିବେ ରାଧିକା। ସେଥିପାଇଁ ଅମ୍ବାନି ପରିବାରୁ ଆଲିଶାନ ଭେନ୍ୟୁ ବଛାଯାଇଛି। ପୁରା ଧୁମଧାମରେ ବିବାହ ହେବ ବୋଲି ଜଣାପଡ଼ିଛି। 

ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଆସନ୍ତା ଜୁଲାଇରେ ଅନନ୍ତ-ରାଧିକାଙ୍କ ଓ୍ବେଡିଂ ଫଙ୍କସନ ଲଣ୍ଡନରେ ଥିବା ଷ୍ଟୋକ ପାର୍କ ଇଷ୍ଟେଟରେ ଆୟୋଜିତ ହେବ। ଏହା ହେଉଛି ଅମ୍ବାନୀଙ୍କର ଏକ ଆଲିଶାନ ପ୍ରପର୍ଟି। ଏହି ୩୦୦ ଏକର ପ୍ରପର୍ଟିରେ ବିସ୍ତୃତ ହୋଇଛି ଏକ ସୁନ୍ଦର ହୋଟେଲ ଏହା ମଧ୍ୟରେ ରହିଛି ଏକ କଣ୍ଟ୍ରି କ୍ଲବ ଏବଂ ସ୍ପା। ଏହି ପ୍ରପର୍ଟି ୧୦୬୬ରେ ନିର୍ମାଣ ହୋଇଥିବାବେଳେ ୧୭୬୦ ମସିହାରେ ଏହି ପ୍ରପର୍ଟିକୁ ବିସ୍ତାର କରାଯାଇଥିଲା। 

ଏହି ଆଲିଶାନ ବଙ୍ଗଳାରେ ଏକ ଐତିହାସିକ ବଗିଚା, ଝରଣା ଏବଂ ସ୍ମାରକୀ ରହିଛି। ଏବେ ଏହି ସ୍ତାନ ଏବେ ପଞ୍ଚତାରକା ହୋଟେଲ ଭଳି ଛିଡା ହୋଇଛି। ଯେଉଁଥିରେ ୪୯ ବିଳାସପୂର୍ଣ୍ଣ ରହିଛି। ସବୁ ରୁମରେ ମାର୍ବଲ ବାଥରୁମ ରହିଛି। ଏହି ହୋଟେଲ ମଧ୍ୟରେ ତିନୋଟି ସୁନ୍ଦର ରେଷ୍ଟୁରାଣ୍ଟ ରହିଛି। କ୍ରୀଡ଼ାପ୍ରେମୀଙ୍କ ପାଇଁ ସବୁପ୍ରକାର ସୁବିଧା ରହିଛି। ଇନଡୋର ସ୍ବିମିଂ ପୁଲ ସହ ୪୦୦୦ ସ୍କୋୟାରଫୁଟର ଜିମ ଏବଂ ଫିଟନେସ ସେଣ୍ଟର ରହିଛି। 

ବହୁତ କମ ଲୋକ ଜାଣିଛନ୍ତି କି, ଷ୍ଟୋକ ପାର୍କ ଇଷ୍ଟେଟ ୧୫୮୧ ମସିହାରେ ପ୍ରଥମ ରାଣୀ ଏଲିଜାବେଥଙ୍କ ଘର ଥିଲା। ୧୯୦୮ ପର୍ଯ୍ୟନ୍ତ ରାଣୀ ଏହି ସ୍ଥାନରେ ରହୁଥିଲେ। ଏହାପରେ ଏହା କଣ୍ଟ୍ରି କ୍ଲବ ଭାବେ ପରିବର୍ତ୍ତନ ହୋଇଯାଇଥିଲା। ଏହା ହେଉଛି UKର ସବୁଠୁ ପୁରୁଣା କଣ୍ଟ୍ରି କ୍ଲବ। କେବଳ ଏତିକି ନୁହେଁ ଏହି ସ୍ଥାନରେ ବହୁ ହଲିଉଡ ଫିଲ୍ମ ନିର୍ମାଣ ହୋଇଛି। ଜେମ୍ସ ବଣ୍ଡ, ଗୋଲ୍ଡ ଫିଙ୍ଗର ଭଳି ଫିଲ୍ମ ଏହି ସ୍ଥାନରେ ନିର୍ମାଣ କରାଯାଇଥିଲା। 

ଅଧିକ ପଢ଼ନ୍ତୁ ଭାରତ ଖବର 


https://argusnews.in/article/national/anant-radhika-will-get-married-in-a-luxury-hotel-worth-529-crores

Post a Comment (0)
Previous Post Next Post