ବିବାହ ସରିବା ମାତ୍ରେ ଗଣତନ୍ତ୍ରର ମହାପର୍ବରେ ସାମିଲ ହେଲେ ନବଦମ୍ପତି

ଅର୍ଗସ ବ୍ୟୁରୋ:  ବିବାହ ସରିଲା । ଅଗ୍ନିଙ୍କୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେଲେ ଦମ୍ପତି । ଆଉ ବିବାହ ସରୁ ସରୁ ଶାଶୁ ଘରକୁ ନୁହେଁ ପୋଲିଂ ବୁଥ୍ କୁ ଗଲେ ନବ ଦମ୍ପତି । ଜମ୍ମୁ-କଶ୍ମୀରରେ ଗୋଟିଏ ଆସନ ପାଇଁ ଭୋଟିଂ ଚାଲିଥିବାବେଳେ ବିବାହ ସରିବା ମାତ୍ରେ ଉଭୟ ପତି-ପତ୍ନୀ ବିହାଘର ଯୋଡାରେ  ଗଣତନ୍ତ୍ରର ମହାପର୍ବରେ ସାମିଲ ହୋଇଛନ୍ତି ଦମ୍ପତି । 

ଏନେଇ ନବବଧୂ ରାଧିକା ଶର୍ମାଙ୍କ କହିବା କଥା ଗତକାଲି ବିବାହ ସରିଥିଲା । ଆଜି ବିଦାୟୀ ପରେ ମୁଁ ମୋ ସ୍ୱାମୀଙ୍କୁ କହିଲି ଆମେ ପୋଲିଂ ବୁଥ୍ ଯିବା । ଏହାପରେ ଆମେ ଦୁହେଁ ଆସି ମତ ସାବ୍ୟସ୍ତ କରିଛୁ । ଏହାସହ ମୁଁ ସମସ୍ତଙ୍କୁ ଅନୁରୋଧ କରୁଛି ନିଜର ମତ ସାବ୍ୟସ୍ତ କରନ୍ତୁ । ଦେଶର ନାଗରିକ ହେବାର ଦାୟିତ୍ୱ ତୁଲାନ୍ତୁ ।

ସେପଟେ ପୋଲିଂ ବୁଥ୍ ରେ ନବ ଦମ୍ପତିଙ୍କୁ ଦେଖି ପୋଲିଂ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଉପସ୍ଥିତ ଲୋକ କିଛି ସମୟ ପାଇଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ହେଲେ ତାଙ୍କ ଉଦେଶ୍ୟ ଜାଣିବା ପରେ ଖୁସି ହେବା ସହ ତାଙ୍କୁ ସାବାସୀ ଦେଇଥିଲେ ।


Post a Comment (0)
Previous Post Next Post