ଆସନ୍ତାକାଲିଠୁ ବିଭିନ୍ନ ଜିଲ୍ଲାରେ ହିଟ୍ ୱେବ୍

 ଭୁବନେଶ୍ୱର: ତାତି ରେ ସିଜୁଚି ସାରା ଓଡ଼ିଶା। ଆକାଶରୁ ହେଉଛି ଅଗ୍ନିବର୍ଷା। ଉପକୂଳ ରୁ ଉପାନ୍ତ ସବୁଠି କଲବଲ କରୁଛି ଟାଣ ଖରା। ଦିନ ୨ଟା ସୁଦ୍ଧା କେନ୍ଦୁଝର, ସମ୍ବଲପୁର ଓ ହୀରାକୁଦ ରେ ୩୯ ଡିଗ୍ରୀ ପାର କରିଥିଲା ପାରଦ। ଆଗକୁ ଆହୁରି ଅଣାୟତ୍ତ କରିବ  ଗରମ ବୋଲି ସତର୍କ କରିଛି ପାଣିପାଗ ବିଭାଗ। ଆସନ୍ତାକାଲିଠୁ ବିଭିନ୍ନ ଜିଲ୍ଲାରେ ହିଟ୍ ୱେବ୍ ବା ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବା ନେଇ ଆଲର୍ଟ ଜାରି ହୋଇଛି।


ଆସନ୍ତାକାଲି ବାଲେଶ୍ଵର, ଭଦ୍ରକ, ଯାଜପୁର, ଢେ଼ଙ୍କାନାଳ, ମୟୁରଭଂଜ ଓ କେନ୍ଦୁଝର ରେ ହିଟ୍ ୱେବ୍ ନେଇ ୟଲୋ ଆଲର୍ଟ ଜାରି ହୋଇଛି। ସେହିଭଳି ବୌଦ୍ଧ, ବଲାଙ୍ଗୀର, କଳାହାଣ୍ଡି, ସୋନପୁର, କନ୍ଧମାଳ ଓ ନୟାଗଡ଼ ରେ ଉଷ୍ମ ରାତି ଅନୁଭୂତ ହେବ। ଏପ୍ରିଲ ୪ ତାରିଖରେ ୮ ଜିଲ୍ଲା ଓ ୫ ଏବଂ ୬ ତାରିଖରେ ୧୦ ଜିଲ୍ଲାରେ ହିଟ୍ ୱେବ୍ ନେଇ ସତର୍କ କରିଛି ପାଣିପାଗ ବିଭାଗ। ଆସନ୍ତାକାଲି ପଶ୍ଚିମ ଓଡ଼ିଶା ର କିଛି ଜିଲ୍ଲାରେ ୪୨ ଡିଗ୍ରୀ ଓ ହିଟ୍ ୱେବ୍ ଜିଲ୍ଲାରେ ୪୦ ରୁ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହେବା ସହ ଝାଞ୍ଜି ପବନ ପ୍ରବାହିତ ହେବ।  

ଅଧିକ ପଢନ୍ତୁ ଓଡ଼ିଶା ଖବର 

Post a Comment (0)
Previous Post Next Post