କଟକ : ବଡମ୍ବା ଟାଉନ ନିକଟରେ ବିଜେଡି ବଡମ୍ବା ବିଧାୟକ ପ୍ରାର୍ଥୀ ଦେବୀ ମିଶ୍ରଙ୍କର ଶୋଭାଯାତ୍ରା ଯାଉଥିବା ବେଳେ ଦୁର୍ଘଟଣା । ଏକ ଟ୍ରକ ବିଜେଡି ଶୋଭାଯାତ୍ରା ଗହଳି ମଧ୍ୟରେ ରହି ଯାଇ ୩ ଜଣଙ୍କୁ ଧକ୍କା ଦେଇଛି । ତିନି ବ୍ୟକ୍ତିଙ୍କର ଗୋଡ଼ରେ ଗଭୀର ଆଘାତ ଲାଗିଛି । ଏହି ଦୁର୍ଘଟଣାରେ ଜଣେ ବିଜେଡି କର୍ମୀ ମଧ୍ୟ ଆହତ ହୋଇଛନ୍ତି ।
ଅଧିକ ପଢନ୍ତୁ : ଦୁର୍ବଳ ହେଉଛି ବିଜେଡି ସଙ୍ଗଠନ, ବିଜେଡିରୁ ଇସ୍ତଫା ଦେଲେ ଖଗେଶ୍ୱର ବେହେରା
ଆହତଙ୍କୁ ବଡମ୍ବା ମେଡିକାଲରେ ଭର୍ତ୍ତି କରାଯାଇଛି । ଶହ ଶହ ଗାଡି ମଧ୍ୟ ରେ ଏହି ଦୁର୍ଘଟଣା ଘଟିଛି। ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜିଥିବା ଦେଖିବାକୁ ମିଳିଛି।