ସପୁରୀ ଖାଆନ୍ତୁ, ଦେଇଥାଏ ଅନେକ ଫାଇଦା...

 ଅର୍ଗସ ବ୍ୟୁରୋ:  ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ସପୁରୀ। ଖାଦ୍ୟ ଠିକ ଭାବରେ ହଜମ କରିବା ସହ ଶରୀରକୁ ସତେଜ ରଖିଥାଏ । ଆମର ଦୈନନ୍ଦିନ ଜୀବନରେ ସୁସ୍ଥକର ଖାଦ୍ୟର ଗୁରୁତ୍ୱ ବେଶ ଅଧିକ ରହିଛି । ଏଥି ମଧ୍ୟରୁ ସପୁରୀର ଫାଇଦା ଅନ୍ୟତମ। ସପୁରୀରେ ପ୍ରଚୁର ମାତ୍ରାରେ ପୋଷକ ତତ୍ତ୍ୱ ଭରପୁର ରହିଛି । ଏହାକୁ ଖାଇବା ଦ୍ୱାରା ହାଡ ମଜଭୁତ ହୋଇଥାଏ, ଚର୍ମର ଉଜ୍ଜ୍ୱଳତା ବଢିଥାଏ।

ଏଥିରେ ଥିବା ଭିଟାମିନ-ସି, ଆଣ୍ଟି-ଅକ୍ସିଡେଣ୍ଟ ଚର୍ମକୁ ଭିତରୁ ସୁରକ୍ଷା ଯୋଗାଇଥାଏ । ପ୍ରତ୍ୟେକ ଦିନ ଖାଦ୍ୟରେ ଏହା ଦ୍ୱାରା ମାଙ୍ଗାନିଜ, ଜିଙ୍କ୍ ,କପର ଏବଂ କ୍ୟାଲସିୟମରେ ଭରପୁର ରହିଥିବା ପୋଷକତତ୍ତ୍ୱ ଆପଣଙ୍କର ଶରୀରରେ ଅଭାବକୁ ଦୂର କରିବା ସହ ହାଡକୁ ସୁସ୍ଥ ରଖିଥାଏ । ସପୁରୀରେ ଭରପୁର ଭିଟାମିନ୍-ସି ଥିବାରୁ ଏହା ଛୋଟ ଠାରୁ ବୟସ୍କ ଲୋକମାନଙ୍କ ପର୍ଯ୍ୟନ୍ତ ଆଖିକୁ ଠିକ୍ ରଖେ। ତେବେ ଖାଦ୍ୟରେ ସାମିଲ କରନ୍ତୁ ସପୁରୀ। ରୁହନ୍ତୁ ସୁସ୍ଥ।

ଅଧିକ ପଢ଼ନ୍ତୁ ଜୀବନ ଶୈଳୀ ଖବର:


Post a Comment (0)
Previous Post Next Post