ପୁଣି ବଢିବ ତାତି, ୪୦ ଡିଗ୍ରୀ ଉପରେ ପାରଦ ରହିବା ସମ୍ଭାବନା

 ଅର୍ଗସ ବ୍ୟୁରୋ : ରାଜ୍ୟକୁ ପୁଣି ଫେରିବ ହିଟ ୱେଭ । ବଢିବ ଖରା ତାତି ଓ ଗୁଳୁଗୁଳି । ଆଜି ଠାରୁ ୬ ରୁ ୮ ଡିଗ୍ରୀ ଦିନର ତାପମାତ୍ରା ବଢିବ ନେଇ ସମ୍ଭାବନା ରହିଛି ।  ଭୁବନେଶ୍ବରରେ ୧୬, ୧୭ ତାରିଖ ଆଡ଼କୁ ପାରଦ ୪୦ ଡିଗ୍ରୀ ଉପରେ ରହିପାରେ ।  ଏହାସହ ରାତି ତାପମାତ୍ରା ୩ରୁ ୪ ଡ଼ିଗ୍ରୀ ମଧ୍ୟ ବୃଦ୍ଧି ହେବ । ୧୬ ତାରିଖ ବେଳକୁ ୪୦ ଡିଗ୍ରୀ ଉପରେ ପାରଦ ରହିବ ବୋଲି ଅନୁମାନ କରାଯାଇଛି ।



ଅଧିକ ପଢନ୍ତୁ : ସାରା ରାଜ୍ୟରେ ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା

ଗତକାଲି କାଳ ବୈଶାଖୀ ପ୍ରଭାବରେ ଅଧିକାଂଶ ଜିଲ୍ଲାରେ ମେଘୁଆ ପାଗ ସହ ଝିପ ଝିପ ବର୍ଷା ହୋଇଥିଲା । ବର୍ଷା ପ୍ରଭାବରେ ଓଡ଼ିଶାରେ ଦିନ ତାପମାତ୍ରା କମିଥିଲା । ଆଗକୁ ପୁଣି ଉପରମୁହାଁ ହେବ ପାରଦ।

Post a Comment (0)
Previous Post Next Post