ବାପାର ଘୋଷଣା ; ଝିିଅ ପାଇଁ ପ୍ରସ୍ତାବ ଖୋଜିଦେଲେ ମିଳିବ ୩ ଲକ୍ଷ

 ଅର୍ଗସ ବ୍ୟୁରୋ : ବିବାହ ପ୍ରସ୍ତାବ ଖୋଜିଦେଲେ ମିଳିବ ୩ ଲକ୍ଷ । ଏପରି କିଛି ଘୋଷଣା କରିଛନ୍ତି ଜଣେ ଝିଅର ବାପା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ବିବାହ,  ଜନ୍ମ ଜନ୍ମର ସମ୍ପର୍କ । ଯେଉଁ ସମ୍ପର୍କ ତିଆରି କରିବା ପୂର୍ବରୁ ଲୋକେ ଅନେକ ଭାବନ୍ତି , ଅନେକ ପରଖିନିଅନ୍ତି , ଅନେକ ବାଛ ବିଚାର କରନ୍ତି । କାରଣ ତାଙ୍କ ସହ ସାରା ଜୀବନ କାଟିବାକୁ ପଡେ । ସେଥିପାଇଁ ସମସ୍ତେ ନିଜ ପାଇଁ ନିଜ ପସନ୍ଦର ଜୀବନସାଥୀ ମିଳିବା ଯାଏଁ ଅପେକ୍ଷା କରନ୍ତି । କେବଳ ଯେ ଯିଏ ବିବାହ କରିବ ସେ ନୁହେଁ, ତାଙ୍କ ନେଇ ପୁରା ପରିବାର ମଧ୍ୟ ସେତିକି ବ୍ୟସ୍ତ ବିବ୍ରତ ଥାଆନ୍ତି । ବିଶେଷ ଭାବେ ବାପା ମାଆ ନିଜ ସନ୍ତାନଙ୍କ ବିବାହ ପାଇଁ ଖୁବ ଚିନ୍ତିତ ଥାଆନ୍ତି । ଠିକ ସେମିତି ଜଣେ ବାପା ଯିଏ ନିଜ ଝିଅର ଜୀବନସାଥୀ ଖୋଜିଦେବା ପାଇଁ ୩ ଲକ୍ଷ ଟଙ୍କା ଦେବେ ବୋଲି ଘୋଷଣା କରିଛନ୍ତି । 

ଅଧିକ ପଢନ୍ତୁ : ଅତ୍ୟଧିକ ଫୋନ ବ୍ୟବହାର କରୁଥିଲେ ସାବଧାନ ! ନହେଲେ ଆପଣଙ୍କର ବି ଆସିପାରେ ଅତ୍ୟଧିକ ବିଲ୍  

ଏକ୍ସ ହ୍ୟାଣ୍ଡଲରେ ଭାଇରାଲ ହୋଇଥିବା ଏକ ଟ୍ବିଟରେ ଲେଖାଅଛି , ଜଣେ ବାପା ତା ଝିଅର ବିବାହ ପ୍ରସ୍ତାବ ପାଇଁ  ୩ ଲକ୍ଷ ଟଙ୍କା ଦେବାକୁ କହିଛନ୍ତି । ଯେଉଁ ପରିବାର ଖୁବ ଭଲ ପରିବାର ହୋଇଥିବ , ପରିବାରରେ ଆୟ ୨୦୦ କୋଟିରୁ ଅଧିକ ହେଉଥିବ । 

ଏଥିରେ ୟୁଜର୍ସ ମାନେ ବିଭିନ୍ନ ପ୍ରକାରର କମେଣ୍ଟ ଦେଇଥିବା ଦେଖିବାକୁ ମିଳିଛି । ଜଣେ ଲେଖିଛନ୍ତି, ଯଦି ସେହି ପରିବାର ଏତିକି ଟଙ୍କା ଆୟ କରୁଥାନ୍ତି, ତେବେ ଏହି ଝିଅ ଏବଂ ଝିଅର ବାପାଙ୍କର କଣ ପ୍ରକୃତରେ ସେତିକି ଟଙ୍କାର ଉତ୍ତରାଧିକାରୀ ହେବାର ଯୋଗ୍ୟତା ଅଛି, ତାହା ଦେଖିବାକୁ ପଡିବ । 


Post a Comment (0)
Previous Post Next Post