ଅର୍ଗସ ବ୍ୟୁରୋ: ଟି-ଟ୍ୱେଣ୍ଟି ବିଶ୍ୱକପ୍ ପାଇଁ ଆଜି ଭାରତୀୟ ଟିମ୍ ଚୟନ କରାଯିବ । ଏଥିପାଇଁ ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକରଙ୍କ ଅଧ୍ୟକ୍ଷତାରେ ବୈଠକ ହେବ । ଏଥିରେ ଚୟନ କମିଟି ଆବାହକ ଜୟ ଶାହ ଯୋଗଦେବେ । ଆମେରିକାରେ ହେବାକୁ ଥିବା ଟି-ଟ୍ବେଣ୍ଟି ବିଶ୍ବକପ୍ ପାଇଁ ଆଜି ୧୫ଜଣିଆ ଖେଳାଳି ତାଲିକା ଘୋଷଣା ହେବ । ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୂଡାନ୍ତ ଦଳରେ ସାମିଲ କରାଯିବ କି ନାହିଁ ସେ ନେଇ ଆଲୋଚନା ହେବ । ଦୁର୍ଘଟଣା ପରେ ଆଇପିଏଲ ଖେଳୁଥିବା ରିଷଭ ପନ୍ଥ ୱିକେଟକିପର ଭାବେ ଦଳରେ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିତ । କିନ୍ତୁ ଦ୍ବିତୀୟ ଓ୍ବିକେଟକିପର ପାଇଁ ସଂଜୁ ସାମସନ ଓ କେ.ଏଲ. ରାହୁଲଙ୍କ ମଧ୍ୟରେ କଡା ଟକ୍କର ହେବ ।