ଅର୍ଗସ ବ୍ୟୁରୋ: ନିର୍ବାଚନ କର୍ମୀ ବୈଠକରେ ସରକାରୀ ଶିକ୍ଷକ । ବିଜେଡିର ପ୍ରଚାର କରୁଛନ୍ତି ସରକାରି ଶିକ୍ଷକ । ନିର୍ବାଚନ ଆଚରଣବିଧିକୁ ଉଲଙ୍ଘନ କରି ଦଳିୟ କର୍ମୀ ବୈଠକରେ ସରକାରୀ ଶିକ୍ଷକ ଯୋଗ ଦେଇଥିବା ହୋଇଛି ଅଭିଯୋଗ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ନିର୍ବାଚନ ମଣ୍ଡଳିରେ । ନିଖିରା ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ସତ୍ୟ ରଞ୍ଜନ ପାତ୍ର ବିଜେଡିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି । ବିଭିନ୍ନ ସମୟରେ ବିଧାୟକ ଓ ସାଂସଦଙ୍କ ଦଳିୟ କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ଦେଖିବାକୁ ମିଳିଛି । ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି । । ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶିକ୍ଷକ ସତ୍ୟ ରଞ୍ଜନ ପାତ୍ର ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
